ଅହମଦାବାଦ ବିମାନ କ୍ରାସ୍- ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ!

ଅହମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା। ଟେକ୍ ଅଫ ବେଳେ ଏୟାର ଇଣ୍ଡିଆର ପ୍ଲେନ କ୍ରାସ୍ କରିଗଲା। କ୍ରାସ ପରେ ଜନବସତି ମେଘାନୀନଗର ଅଞ୍ଚଳରେ ଖସପଡ଼ିଥିଲା ବିମାନ। ଯାତ୍ରୀ ଓ କ୍ରିଉମେମ୍ୱରଙ୍କ ସହ ମୋଟ୍ ୨୪୨ ଲୋକ ବିମାନରେ ଥିଲେ। ୨ ଜଣ ପାଇଲଟ, ୧୦ଜଣ କ୍ରିଉମେମ୍ୱରଙ୍କ ସହ ମୋଟ୍ ୨୪୨ ବିମାନରେ ଥିଲେ। ବୋଇଂ-୭୮୭ ବିମାନ ଟେକଅଫ ବେଳେ ହିଁ କ୍ରାସ୍ କରିଗଲା। ଅହମଦାବାଦରୁ ଲଣ୍ଡନ ଯାଉଥିଲା ବିମାନ। ବିମାନ ବନ୍ଦର ପରିସରରେ ହିଁ ଏତେବଡ ଅଘଟଣ ଘଟିଗଲା। ନିଆଁ ଲାଗିବା ପରେ ପ୍ରାୟ ୨ କିଲୋମିଟର ଯାଏ ଧୂଆଁମୟ ହୋଇଯାଇଥିଲା ପରିବେଶ। ଏନଡିଆରଏଫ ଟିମ୍ ବି ରେସକ୍ୟୁ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ଇଞ୍ଜିନରେ ଟେକନିକ୍ ତୃଟି ଲାଗି ଏଭଳି ଦୁର୍ଘଟଣା ଘଟିଛି ବୋଲି ଆଶଙ୍କା କରାଯାଉଛି। ଗୋଟାଏ ୩୮ରେ ଟେକଅଫ କରିଥିଲା ବିମାନଟି। ଆଉ ଟେକଅଫର ଦୁଇ ମିନିଟ ପରେ ହିଁ କ୍ରାସ୍ କରିଗଲା। ମେଘାନୀନଗର ଆଇଜିପି କମ୍ପ୍ଲେକ୍ସର ଏକ ବିଲଡିଂରେ ବାଡ଼େଇ ହୋଇପଡ଼ିଥିଲା ବିମାନଟି। ଦୁର୍ଘଟଣା ପରେ ରାସ୍ତାକୁ ସିଲ୍ କରି ରେସକ୍ୟୁ ଅପରେସନ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ସିଭିଲ ହସ୍ପିଟାଲରେେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳିନି। ଏୟାର ଇଣ୍ଡିଆ କହିଛି, ଖୁବ ଶୀଘ୍ର ଏ ସମ୍ପର୍କରେ ସ୍ପଷ୍ଟତା ଆସିବ। ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ବି ଥିଲେ ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *