ଟ୍ରେନ୍ ଉପରେ ପଡ଼ିଗଲା କନଷ୍ଟ୍ରକସନ କ୍ରେନ୍। ଥାଇଲାଣ୍ଡରେ ଏଭଳି ବଡ଼ ଦୁର୍ଘଟଣାରେ ୨୨ ଜଣଙ୍କ ଜୀବନ ଯାଇଛି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଆହତଙ୍କ ଭିତରୁ ୮ଜଣଙ୍କ ଅବସ୍ଥା ଗୁରୁତର ଅଛି। ବ୍ୟାଙ୍ଗକରୁ ଉବୋନ ରାଟଚାହାନି ଯାଉଥିଲା ପାସେଞ୍ଜର ଟ୍ରେନ। ଟ୍ରେନରେ ୧୯୫ ଯାତ୍ରୀ ଥିଲେ। ରେସକ୍ୟୁ ଅପରେସନ ଜାରି ରହିଛି। କ୍ରେନ ପଡ଼ିଯିବା ପରେ ଟ୍ରେନଟି ଲାଇନଚ୍ୟୁତ୍ ହୋଇଥିଲା। ସକାଳ ୯ଟାରେ ବ୍ୟାଙ୍ଗକରୁ ୨୩୦ କିଲୋମିଟର ଦୂର ଉତ୍ତର-ପୂର୍ବରେ ଥିବା ସିଖିୟୋ ଜିଲ୍ଲାରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାସ୍ଥଳରେ ହାଇ-ସ୍ପିଡ୍ ଟ୍ରେନ ଲାଇନ ପାଇଁ ନିର୍ମାଣ କାମ ଚାଲୁଥିଲା। ଯେମିତି ଯାତ୍ରୀବାହି ଟ୍ରେନ ସେଠାରେ ପହଞ୍ଚିଥିଲା, କନଷ୍ଟ୍ରକସନ କ୍ରେନ୍ ସିଧା ତା ଉପରେ ପଡ଼ିଥିଲା। ଟ୍ରେନ ଲାଇନଚ୍ୟୁତ ହେବା ସହ କିଛି ଡବାରେ ନିଆଁ ଲାଗିଯାଇଥିଲା। ଥାଇଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ତଥା ପରିବହନ ମନ୍ତ୍ରୀ ପିପଟ ରଚକିଟପ୍ରକର୍ଣ୍ଣ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now