ଅନଗୁଳ : ଅନଗୁଳ ଜିଲ୍ଲା ପାଳଲହଡା 149 ନମ୍ବର ଜାତୀୟ ରାଜପଥ ବାଇପାସ ଛକ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ପାଳଲହଡା ଥାନା ସଇଡା ଗ୍ରାମର ପ୍ରକାଶ ନାଏକ ଓ ଗୁରୁତର ଯୁବକ ହେଲେ ସେହି ଗ୍ରାମର ଜଗନ୍ନାଥ ଖମଣିଆ ବୋଲି ସୂଚନା ମିଳିଛି । ଜଗନ୍ନାଥ ଖମଣିଆଙ୍କୁ ଗୁରୁତର ଅବସ୍ଥାରେ 108 ଯୋଗେ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପାଳଲହଡା ପୋଲିସ ପହଞ୍ଚି ଦୁର୍ଘଟଣା ଘଟିଥିବା ଦୁଇ ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now