ବସକୁ ଧକ୍କା ଦେଲା ଟ୍ରକ, ୮ ମୃତ

Spread the love

ଅମ୍ବାଲା: ହରିଆଣାର ଅମ୍ବାଲାରେ ଏକ ବସକୁ ଟ୍ରକ ଧକ୍କା ଦେବାକୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ଦିନ ଅମ୍ବାଲାର କକ୍କାର ମଜ୍ରାର ପଞ୍ଚକୁଲା ଜମୁନା ନଗର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି। ପୁଲିସ ଟ୍ରକ ଡ୍ରାଇଭରକୁ ଗିରଫ କରିଛି। ବସଟି ବରେଲିରୁ ହିମାଚଳ ପ୍ରଦେଶର ବଡ୍ଡି ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାମୁତାବକ, କକ୍କାର ନିକଟରେ ବସ ତିନି ଜଣ ଯାତ୍ରୀଙ୍କୁ ଉଠାଇବାକୁ ଠିଆହୋଇଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲେ। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅମ୍ବାଲା ଓ ନାରୈଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ଥିବା ଅଧିକାଂଶ ଯାତ୍ରୀ ପ୍ରବାସୀ ଶ୍ରମିକ ଥିଲେ ଓ ସେମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ବସ ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *