ପାଇଖାନା ଟାଙ୍କିରେ ପଡି ଜଣେ ମହିଳାଙ୍କ ମୃତ୍ୟୁ

Spread the love

କଟକ : ଆଜି ସକାଳେ କଟକ ମାଲଗୋଦାମ ଥାନା ଯୋବ୍ରା ରୋଡରେ ଘଟିଛି ଅଘଟଣ । କଟକରେ ପାଇଖାନା ଟାଙ୍କିରେ ପଡି ଜଣେ ମହିଳାଙ୍କ ଅକାଳରେ ହୋଇଛି ମୃତ୍ୟୁ । ଫୁଲ ତୋଳୁଥିବା ସମୟରେ ହଠାତ୍ ପାଇଖାନା ଟାଙ୍କିରେ ମହିଳା ଜଣଙ୍କ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲି ଯାଇଛି । ମୃତ ମହିଳା ହେଲେ ୫୮ ବର୍ଷୀୟ ଜୟଶ୍ରୀ ରାଉତ । ଖବର ପାଇ ଦମକଳ ବାହିନୀ ଟିମ୍ ପହଞ୍ଚି ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *