କଟକ ମେୟରଙ୍କୁ କବାଟ ଗିଫ୍ଟ

Spread the love

କଟକ: କଟକ ମେୟରଙ୍କୁ କବାଟ ଗିଫ୍ଟ। ମେୟର ସୁବାସ ସିଂଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ କବାଟ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି। ତେବେ ଏହି ସମୟରେ ମେୟର ସେଠାରେ ଉପସ୍ଥିତ ନଥିଲେ। ତେବେ ଉପହାର ଦେବା ସହ ସେ କହିଛନ୍ତି ଯେ, କଟକ ମେୟରଙ୍କ ଶୌଚାଳୟ କବାଟ ଭାଙ୍ଗିଯାଇଛି। ତାଙ୍କ ଆତ୍ମସମ୍ମାନ ରକ୍ଷା ପାଇଁ ନୂଆ କବାଟ ଲଗାଯାଉ। ପୂର୍ବରୁ କାଉନସିଲ ବୈଠକରେ ମେୟର କହିଥିବା କଥାକୁ ଟାର୍ଗେଟ କରି ଏଭଳି କାର୍ଯ୍ୟ କରିଛି କଂଗ୍ରେସ। ବୈଠକରେ ତାଙ୍କ ନୂଆ କ୍ୱାଟର୍ସ ପ୍ରସ୍ତୁତ କରିବାକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗକୁ ଅମୂଳକ କହିବା ସହ ତାଙ୍କ ଅଫିସ ଶୌଚାଳୟ କବାଟ ଭାଙ୍ଗିଯାଇଯାଇଥିଲେ ମଧ୍ୟ ନୁଆ ଲଗାଇପାରୁନାହାନ୍ତି କହିଥିଲେ।

Leave a Reply

Your email address will not be published. Required fields are marked *