ରାମପୁରରେ ଚଳନ୍ତା କାରରେ ନିଆଁ ଲାଗି ମହିଳା କନଷ୍ଟେବଳ ଓ ତାଙ୍କ ୨ ବର୍ଷର ପୁଅର ମୃତ୍ୟୁ। ଗଲା ୪ ବର୍ଷ ଭିତରେ ସ୍ୱାମୀ ଦାନ ସିଂ ଆଉ ଥରେ ନିଜ ପରିବାରକୁ ହରାଇଛନ୍ତି। ଏହି ଘଟଣାରେ ସ୍ୱାମୀର ଷଡ଼ଯନ୍ତ୍ରର ଥିବା ନେଇ ଅନେକ ସନ୍ଦେହ କରୁଛନ୍ତି। କାରଣ ପ୍ରଥମ ପତ୍ନୀଙ୍କର ବି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ୟୁପିର ରାମପୁରରେ କାଶୀପୁର ରୋଡରେ ଏକ ଅଜଣା ଗାଡ଼ି କାରକୁ ଧକ୍କା ଦେଇଥିଲା। ଏହା ପରେ ଚଳନ୍ତା କାରରେ ଜୀଅନ୍ତା ଜଳିଗଲେ ମାଆ ପୁଅ। ଆଉ କାରରେ ଥିବା ଦୁଇ ଜଣ ଯୁବକ ଡେଇଁକି ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, କାର୍ ଦ୍ରୁତ ଗତିରେ ଥିଲା। ଆଉ ଏକ ଅଜଣା ଗାଡ଼ି ଧକା ଦେବାରୁ ନିଆଁ ଲାଗିଯାଇଥିଲା। ନୈନିତାଲ ବୁଲି ନିଜ ଗାଁ ରାମପୁରକୁ ଫେରୁଥିଲେ। ମୃତକ ହେଲେ ୟୁପି ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଲତା। ପୁଲିସ ଶବ ବ୍ୟବଛେଦ ଲାଗି ପଠାଇଛି। ଆଖପାଖର ସିସିଟିଭି ଫୁଟେଜ୍ ଖୋଜୁଛି। ଅଧିକାରୀଙ୍କ କହିବା କଥା, ଅଭିଯୁକ୍ତ ଗାଡ଼ି ଚାଳକକୁ ତୁରନ୍ତ ଠାବ କରି କାର୍ଯ୍ୟାନୁଷ୍ଠାନ ହେବ। ବୁଧବାର ସକାଳ ପ୍ରାୟ ୬ଟାରେ ଦାନ ସିଂ ନିଜ ପତ୍ନୀ ଲତା, ଦୁଇ ବର୍ଷୀୟ ପୁଅ ଲଡ୍ଡୁ ଓ ମାମୁଁ ପୁଅ ଭାଇ ରବି ସହ ସ୍ୱିଫ୍ଟ କାରରେ ନୈନିତାଲ ବୁଲିବାକୁ ଯାଇଥିଲେ। କାର୍ ଦାନ ସିଂ ଚଳାଉଥିଲେ। ପରିବାର ସେହି ଦିନ ସଂଧ୍ୟାରେ ଘରକୁ ଫେରୁଥିଲେ। ରାତି ୧୧ଟାରେ ଯେବେ ତାଙ୍କ କାର୍ କାଶୀପୁର ଗାଁରେ ପହଞ୍ଚିଥିଲା। ସେତେବେଳେ ସାମ୍ନାରୁ ଆସୁଥିବା ଏକ ଡମ୍ପର ଧକ୍କା ଦେଇଥିଲା। ଧକ୍କା ପରେ କାରର ପେଟ୍ରୋଲ ଟାଙ୍କି ଫାଟି ଯାଇଥିଲା। ଆଗ ସିଟରେ ବସିଥିବା ଦାନ ଓ ରବି କୌଣସିମତେ ବାହାରକୁ ପଳାଇ ଆସିଥିଲେ। ହେଲେ ସେମାନଙ୍କ ଆଖି ଆଗରେ ପତ୍ନୀ ଓ ପୁଅ ଜଳିଗଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now