ବାହାନଗା ରେଳ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ବିଶ୍ୱ ରାଜ ନେତାମାନେ ଜଣାଇଛନ୍ତି ସମବେଦନା

Spread the love

ବାହାନଗା ରେଳ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ସମଗ୍ର ବିଶ୍ୱରୁ ସମବେଦନାର ସୁଅ ଛୁଟିଛି । ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ୟୁରୋପୀୟ ପରିଷଦ ସଭାପତି ଚାର୍ଲ୍ସ ମିସେଲ, ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରଣାଳୟ ପେନି ୱଙ୍ଗ ଏବଂ ଭାରତରେ ଆମେରିକାର ଦୂତ ଏରିକ ଗାରସେଟି ଟ୍ରେନ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଏନେଇ ଏକ ଟୁଇଟରେ କହିଛନ୍ତି ଯେ ଭାରତରେ ଟ୍ରେନ ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି ଯେ ଉଦ୍ଧାର କାର୍ଯ୍ୟ ଆବଶ୍ୟକ କରୁଥିବା ସମସ୍ତଙ୍କୁ ଉଦ୍ଧାର କରିପାରିବ ।

ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲ କହିଛନ୍ତି ଯେ ସମସ୍ତ ପୀଡିତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି । ୟୁରୋପୀୟ ୟୁନିଅନ୍ ଯେକୌଣସି ଉପାୟରେ ସହାୟତା ଯୋଗାଇବାକୁ ପ୍ରସ୍ତୁତ | କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଏହି କଷ୍ଟ ସମୟରେ କାନାଡିୟମାନେ ଭାରତର ଲୋକଙ୍କ ସହ ଛିଡା ହୋଇଛନ୍ତି । ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପାଇଁ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରଣାଳୟ ପେନି ୱଙ୍ଗ ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି । ସମବେଦନା ଜଣାଇ ଆମେରିକାର ଦୂତ ଏରିକ ଗାର୍କେଟୀ କହିଛନ୍ତି ଯେ ଏହି ଦୁଃ ଖ ସମୟରେ ସେମାନେ ଭାରତ ଏବଂ ଓଡିଶାର ଲୋକଙ୍କ ସହ ଛିଡା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *