ନୂଆପଡା ଖଡ଼ିଆଳରେ ୫ ଦିନ ବ୍ୟାପୀ ଆୟୋଜନ ହେବାକୁ ଯାଉଛି ଖଡ଼ିଆଳ ମହୋତ୍ସବ ୨0୨୫ । ଗଡ଼ଜାତ ଅଞ୍ଚଳର ବିଲୁପ୍ତ ଲୋକକଳା, ଲୋକ ସାହିତ୍ୟ, ଓ ଲୋକ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଆସନ୍ତା ୩ ଫେବୃଆରୀରୁ ୭ ଫେବୃଆରୀ ଧରି ଚାଲିବ। ଚଳିତ ବର୍ଷ ୧୯ ବର୍ଷରେ ପଦାର୍ପଣ କରିଛି। ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟ ସ୍ୱରୂପ ଆଜି ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପୁରୋହିତ ସୁଦର୍ଶନ ଠାକୁର ଙ୍କ ମନ୍ତ୍ରପାଠ ଏବଂ ଆୟୋଜକ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ପୁରୋହିତ୍ୟ ରେ ଜଗତ ର ନାଥ ଜଗନ୍ନାଥ,ଜଗତଜନନୀ ମାଁ ଦୁର୍ଗା, ଇଷ୍ଟ ଦେବୀ ସମଲେଶ୍ୱରୀ ଏବଂ ଗଡ଼ଦେବୀ ରକ୍ତାମ୍ବରୀଙ୍କ ନିକଟରେ ପ୍ରଥା ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ ଯୋଗଦେଇ ନିଜ କଳା ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଫେବୃଆରୀ ୫ରେ ସମ୍ୱଲପୁରୀ ଅରକେଷ୍ଟ୍ରା ସହ ଉଦଯାପନୀ ଉତ୍ସବରେ ବଲିଉଡର ସୁନାମ ଧନ୍ୟ ଗାୟକ ଓ ଗାୟିକାଙ୍କୁ ନେଇ ଷ୍ଟାର ନାଇଟ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଥିବା କମିଟି ପକ୍ଷରୁ କୁହାଯାଇଛି । ଉକ୍ତ ଶୁଭସ୍ତମ୍ଭ ସ୍ଥାପନ ସମୟରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ସମେତ ଆୟୋଜକ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now