ଉଦଯାପିତ ହେଲା ବରଗଡ ଧନୁଯାତ୍ରା

ସରିଲା ୭୭ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ, କଂସ ବଧ ହୋଇଥିଲା ।  ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ୧୧ଦିନ ଧରି ଚାଲିଥିବା ଏହି ମହାନାଟକର ଯବନିକା ପଡିଛି । ଆଉ ଅଧର୍ମ ଉପରେ ଧର୍ମର ଜୟ ହୋଇଛି l ବରଗଡ ଧନୁଯାତ୍ରାର ଅନ୍ତିମ ଦିବସ ଥିଲା ବେଶ ହୃଦୟସ୍ପର୍ଶୀ l କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ କଂସ ମହାରାଜଙ୍କ ବଡବଡ ଯୋଦ୍ଧା ମାନଙ୍କ ଭିତରେ ଚାଲିଥିଲା ପ୍ରତିଯୋଗୀତା l କିଏ କେଉଁ ପ୍ରକାରେ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରିବ ସେ ନେଇ ମହାରାଜ କଂସଙ୍କୁ ଅବଗତ କରାଇଥିଲେ ।  କଂସଙ୍କ ମନରେ ସନ୍ଦେହ ହୋଇଥିଲା ଯେ ସେହି ଦୈବ ବାଣୀ ସତ ହୋଇ ଯିବନି ତ । ନା କୌଣସି ଉପାୟରେ କଂସ କୃଷ୍ଣ ବଳରାମଙ୍କୁ ହତ୍ୟାକରି ଶୁନ୍ୟବାଣୀକୁ ଭୁଲ ପ୍ରମାଣିତ କରିବେ l ସେନେଇ ମହାରାଜ କଂସ ରାଜଦରବାରର ବିଭିନ୍ନ ଦ୍ୱାରରେ ବଡବଡ ଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ଏପରି ସମୟରେ କୃଷ୍ଣ ବଳରାମ ଗୋପ ବାଳକଙ୍କ ସହ ମଥୁରା ଭ୍ରମଣ ସାରି ପହଞ୍ଚିଥିଲେ ରାଜଦରବାର। ମୁଖ୍ୟ ଦ୍ୱାରରେ ରାସ୍ତା ଅବରୋଧ କରି ଛିଡା ହୋଇଥିବା କୁବଳୟା ହସ୍ତିକୁ ପ୍ରଥମେ ବଧ କରିବା ପରେ ଅଷ୍ଟମଲ୍ଲ ବୀର ଗଣ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରି ନିହତ ହୋଇଥିଲେ । କଂସଙ୍କ ଅଙ୍ଗରକ୍ଷୀ ମାନେ ମଧ୍ୟ କୃଷ୍ଣ ବଳରାମଙ୍କ ହାତରେ ମୃତ୍ୟୁ ବରଣ କରିଥିବା ବେଳେ ମହାମନ୍ତ୍ରୀ ଶକ୍ରାଜିତ ଓ ମହାମନ୍ତ୍ରୀ ଭଗବାନଙ୍କୁ ଚିହ୍ନି ପାରି କ୍ଷମା ପ୍ରାର୍ଥନା କରିଛନ୍ତି । ଏପରି ସମୟରେ ରଣାଙ୍ଗନକୁ ନ ଯିବାପାଇଁ ମହାରାଣୀ ପଦ୍ମାବତୀ କଂସଙ୍କୁ ବାରଣ କରିଛନ୍ତି ହେଲେ ରଣାଙ୍ଗନକୁ ଯିବା ପାଇଁ ବିଜୟଟିକା ମଥାରେ ଲଗାଇବା ପାଇଁ ରାଣୀଙ୍କୁ କହିଛନ୍ତି ମହାରାଜ କଂସ । ରଣାଙ୍ଗନକୁ ଓହ୍ଲାଇବା ପରେ ମହାରାଜ କଂସ କୃଷ୍ଣଙ୍କୁ ମାରିବା ପାଇଁ ସମସ୍ତ ଉଦ୍ୟମ କରିଛି ହେଲେ ସେ ନିଜେ ଦୁର୍ବଳ ହେଉଥିବା ଜାଣିପାରିଛିା ତାପରେ ମଧ୍ୟ ନିଜକୁ ଦୁର୍ବଳ ମନେ ନ କରି କୃଷ୍ଣଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କରିଥିଲେ ମହାରଜ କଂସ । କୃଷ୍ଣ ଓ କଂସଙ୍କ ଘମାଘୋଟ ଯୁଦ୍ଧ ପରେ ଶକ୍ତିହୀନ ହୋଇ ପଡ଼ିଥିଲେ କଂସ ମହାରାଜ l ପରିଶେଷରେ ଭଣଜା କୃଷ୍ଣଙ୍କ ହାତରେ ମାମୁ କଂସର ଜୀବନ ଯାଇଛି l

କୃଷ୍ଣ ,ବଳରାମ କଂସଙ୍କୁ ବଦ୍ଧ କରିବା ପରେ ଦେବକି ଓ ବାସୁଦେବଙ୍କ ସହ ରାଜନ୍ୟ ବର୍ଗଙ୍କ ଉପସ୍ଥିତିରେ ଉଗ୍ରେସନ ମହାରଜଙ୍କ ରାଜଭିଷେକ ହୋଇଛି । ପରେ ମଥୁରା କାରାଗାରକୁ ଯାଇ ମାତା ଦେବକୀ ଓ ବସୁଦେବଙ୍କୁ ବନ୍ଦିରୁ ମୁକ୍ତ କରି ଧର୍ମ ପ୍ରତିଷ୍ଠା କରିଛନ୍ତି । କଂସ ବଧ ପରେ ଏବେ ମଥୁରାର ଘରେ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଶୁଭିଛି କଂସ ରାଜାର ବଂଶ ବୁଡୁ , କଂସ ମଲେ ଖାଇବା ଲଡୁ l ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା  ଧୁମଧାମରେ ସରିଥିବା ବେଳେ ଅପେକ୍ଷା ପୁଣି ଆର ବର୍ଷକୁ ।

ବରଗଡରୁ ଧ୍ରୁବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *