କର୍ତ୍ତବ୍ୟ ପଥରେ ଗଡ଼ିବ ନନ୍ଦିଘୋଷ

୭୬ତମ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଏହି ଅବସରରେ ଭାରତୀୟ ସେନା କର୍ତ୍ତବ୍ୟପଥରେ ଦେଖାଇବ ତାର ପରାକ୍ରମ । ସେନାର ମାଇନସ ପ୍ରୋଟେକସନ ଆର୍ମର କ୍ୟାରିୟର ବାହାନ ‘ନନ୍ଦିଘୋଷ’କୁ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ । ଏ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମେଜର ରାଧିକା ସେନ୍ କଣ୍ଟିଜେଣ୍ଟ କମାଣ୍ଡର ଭାବେ ଏହାକୁ ପରିଚାଳନା କରିବେ । ଭାରତ ଫୋର୍ଜ କମ୍ପାନୀ ପକ୍ଷରୁ ଏହାକୁ ତିଆରି କରାଯାଇଛି । ଏହି ଯୁଦ୍ଧ ଯାନ ଏ ବର୍ଷର ମୁଖ୍ୟ ଆକର୍ଷଣ ହେବ ।ଏହି ଯାନ ଶତ୍ରୁ ପକ୍ଷର ମୁକାବିଲା ପାଇଁ ବିଶେଷ ଭାବେ ବ୍ୟବହୃତ ହେବ । ଲେବାନନ ଓ ସାଉଥ ସୁଦାନ ପଠାଯାଇଛି ନନ୍ଦିଘୋଷ । ପ୍ରତିରକ୍ଷା ଜ୍ଞାନ କୌଶଳକୁ ଆଗକୁ ନେବା କ୍ଷେତ୍ରରେ ଏହା ବଡ ଭୂମିକା ତୁଲାଉଛି । ଧଳା ରଙ୍ଗର ଏହି ଯାନରେ ଡ୍ରାଇଭର ସମେତ ୮ଜଣ କ୍ରୁ ମେମ୍ୱର ଯାଇ ପାରିବେ । ଦୁଇ ଟନ ପର୍ଯ୍ୟନ୍ତ ପେଲୋଡ୍ ବହନ କରିପାରିବ ।ଏହି ଯାନର ନାଁ ନନ୍ଦିଘୋଷ ରଖିବାର କାରଣ କହିଛନ୍ତି ମେଜର ରାଧିକା ସେନ୍ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ । ସବୁ ଘାତ ପ୍ରତିଘାତକୁ ଅତିକ୍ରମ କରି ଆଗକୁ ବଢିବା ଯାହାର ଲକ୍ଷ୍ୟ । ସେହି ଲକ୍ଷ୍ୟରେ ଏହି ଯାନ ନନ୍ଦିଘୋଷ ଗଡ଼ିବ ବୋଲି ଭାରତୀୟ ସେନା ଆଶା ରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *