ବଲିଉଡ୍ ରାଜା ବାବୁ ଗୋବିନ୍ଦାଙ୍କ ବିବାହ ବିଛେଦ ହେବ। ୩୭ ବର୍ଷର ବୈବାହିକ ଜୀବନରେ ଉଠିଛି ଝଡ଼। ପତ୍ନୀ ସୁନୀତା ଆହୁଜାଙ୍କଠୁ ଅଲଗା ହେବେ। ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ପରକୀୟାପ୍ରୀତିରୁ ଏଭଳି ଝଡ଼ ଉଠିଥିବା ଚର୍ଚ୍ଚା ହେଉଛି। ଯଦିଓ ଏହି ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ଉଭୟଙ୍କ ବୟାନ ସାମ୍ନାକୁ ଆସିନି। କିନ୍ତୁ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକ କହିଛନ୍ତି, ଏହା ଅସମ୍ଭବ। ଯେକୌଣସି ପରିସ୍ଥିତି ଥିଲେ ବି ଉଭୟ ଏହାକୁ ସମ୍ଭାଳିନେବେ। କଦାପି ଡିଭୋର୍ସ ହେବନି। ମାମୁଁ ଓ ମାଇଁ ପରସ୍ପରକୁ ବହୁ ଭଲ ପାଆନ୍ତି। ଚର୍ଚ୍ଚା ହେଉଛି, ଗୋବିନ୍ଦା ଓ ସୁନୀତା ଅଲଗା ଅଲଗା ଘରେ ରହୁଛନ୍ତି। ସୁନୀତା କହିଛନ୍ତି, ତାଙ୍କ ପାଖରେ ଦୁଇଟି ଫ୍ଲାଟ୍ ଅଛି। ଗୋଟିଏ ଫ୍ଲାଟରେ ମନ୍ଦିର ଓ ତାଙ୍କ ପିଲା ରୁହନ୍ତି। ଗୋବିନ୍ଦା ଅଲଗା ଫ୍ଲାଟରେ ରୁହନ୍ତି। ପୂର୍ବରୁ ନବେ ଦଶକରେ ଗୋବିନ୍ଦା ଓ ନୀଲମ କୋଠାରୀଙ୍କ ଆଫାୟାର ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଅବଶ୍ୟ ନୀଲମ କହିଥିଲେ, ଏହା ଗୁଜବ।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now