ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ ।
ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରିଗୃହ ମଧ୍ୟରେ ଗଙ୍ଗା ଜଳ ପକେଇଥିଲେ । ବିଜେଡି ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ । ଯାହା ପରେ ବିଜେଡିର ବିଧାୟକ ମାନେ ବାହାରକୁ ଚାଲି ଯାଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now