ଧନୁଯାତ୍ରା ପାଇଁ ହେବ ସ୍ଥାୟୀ ରାଜମହଲ

ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ବରଗଡ଼ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ପାଇଁ ନିର୍ମାଣ ହେବ ସ୍ଥାୟୀ ରାଜମହଲ।  ରାଜମହଲ ନିର୍ମାଣ ପାଇଁ ୧୨କୋଟି ୭୯ଲକ୍ଷ ୩୧ହଜାର ୯ଶହ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ନିଜ ସୋସିଆଲ ମିଡିଆ ପେଜରେ ଏହି ସୂଚନା ଦେବା ସହ ପର୍ଯ୍ୟଟନ ବିଭାଗର ଏକ ଚିଠିରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିପାଇଁ ବିଧାୟକ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇବା ସହିତ ଏହା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ ସମୃଦ୍ଧ କରିବ ବୋଲି କହିଛନ୍ତି। ବରଗଡ଼ ନିଶାମଣି ହାଇସ୍କୁଲ ପଡ଼ିଆରେ ରାଜମହଲ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଯାହାକୁ ନେଇ ବରଗଡ଼ ବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଧନୁଯାତ୍ରା ସମୟରେ ବରଗଡ଼ରେ ବହୁ ବାହାର କଳାକାରଙ୍କ ସମାଗମ ହୋଇଥାଏ। ମହାରାଜ କଂସଙ୍କ ସମେତ ମନ୍ତ୍ରୀ, ପରିଷଦ ବର୍ଗ ଙ୍କ ଧରି ଶହ ଶହ କଳାକାର ଧନୁଯାତ୍ରାରେ ଅଭିନୟ କରିଥାନ୍ତି । ତେବେ ସ୍ଥାୟୀ ରାଜମହଲ ନଥିବାରୁ ଏମାନଙ୍କୁ ରହିବା ପାଇଁ ବେଶଅସୁବିଧା ହେଉଥିଲା। ଏବେ ରାଜ୍ୟସରକାର ଅନୁଦାନ ରାଶି ମଞ୍ଜୁର କରିସାରିଛନ୍ତି। ତେଣୁ କଳାକାରଙ୍କ ମଧ୍ୟରେ ରାଜମହଲ ନିର୍ମାଣକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ଗତ ଧନୁଯାତ୍ରା ପୂର୍ବରୁ ସହରର ପ୍ରବେଶ ପଥରେ ଦୁଇଟି ବିରାଟ ତୋରଣନିର୍ମାଣ କରାଯାଇଥିବା ବେଳେ ଆଉ ଦୁଇଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଏବେ ରାଜମହଲ ନିର୍ମାଣ ହେଲେ ଧନୁଯାତ୍ରାର ଶୋଭା ଦ୍ଵିଗୁଣିତ ହେବ ବୋଲି ଯାତ୍ରା କମିଟି ସଦସ୍ୟ କହିଛନ୍ତି।  

ବରଗଡ଼ ଧନୁଯାତ୍ରା ସାରା ବିଶ୍ୱରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏହାକୁ ଆହୁରି ଲୋକପ୍ରିୟତା କରିବାକୁ ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *