ନୂଆବର୍ଷ ଲାଗି ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼ l ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ରେ ନୀତିକାନ୍ତି ଶୃଙ୍ଖଳିତ ନେଇ ବିଶେଷ ଭାବେ ସେବାୟତମାନଙ୍କ ସହ କରାଯାଇଛି ଆଲୋଚନା l ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ନାଟ ମଣ୍ଡପ ନିକଟରେ ହୁଣ୍ଡି ସ୍ଥାନାନ୍ତରଣ କରାଯିବ l ଭକ୍ତଙ୍କ ଭିଡ଼ କୁ ଆଖି ଆଗରେ ରଖି ଧାଡି ଦର୍ଶନକୁ ମଧ୍ୟ ସ୍ଥଗିତ ରଖାଯାଇଛି l ଦର୍ଶନ ପାଇଁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସାଧାରଣ ଭକ୍ତ ମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାର ଦେଇ ପ୍ରବେଶ କରି ପାରିବେ ନାହିଁ । ଏହି ବ୍ୟବସ୍ଥା ସେବାୟତମାନଙ୍କ ପାଇଁ ଲାଗୁ ହେବ ନାହିଁ । ସେବାୟତ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ବାରରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିପାରିବେ । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଥିବା ଏହି ବ୍ୟବସ୍ଥା ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ
Naxatra News is now on Whatsapp
Join and get latest news update delivered to you via whatsapp
Join Now