ବର୍ଷ ୨୦୨୪କୁ ବିଦାୟ ଦେଇ ଆସିଛି ବର୍ଷ ୨୦୨୫ । ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ସାରା ସୁଖ ସମୃଦ୍ଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି l ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। ରାତି ୧୨ ଟା ୩୫ରେ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ନୀତିକାନ୍ତି ସହ ଆରମ୍ଭ ହୋଇଥଲା ଦର୍ଶନ। ବଡ଼ଦାଣ୍ଡରୁ ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିର୍ମିତ ସ୍ୱତନ୍ତ୍ର ବ୍ୟାରିଗେଡ଼ରେ ଭକ୍ତଙ୍କ ଲାଗିଥିଲା ଭିଡ଼ l ସେହିପରି ଶ୍ରୀମନ୍ଦିରର ସିଂହଦ୍ୱାରକୁ ବିଭିନ୍ନ ଫୁଲରେ ସଜାଯାଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ନେଇ ଏକ ମୁଖି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବାବେଳେ କଡା ସୁରକ୍ଷା ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଧ୍ୟାନ ଦିଆଯାଇଥିଲା l ଶ୍ରୀମନ୍ଦିରରେ ନୀତିକାନ୍ତି ଙ୍କୁ ଶୃଙ୍ଖଳିତ କରାଯାଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନରୁ କୌଣସି ଭକ୍ତ ବଞ୍ଚିତ ନହେବୋ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା l
ନୂଆବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ କରିବାକୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଛୁଟି ଆସିଥିଲେ। ବିଳମ୍ବିତ ରାତିରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହୋଇଥିବା ବେଳେ ମହାବାହୁଙ୍କୁ ଦର୍ଶନ କରି ଆତ୍ମତୃପ୍ତି ମିଳିଥିବା କହିଛନ୍ତି ଭକ୍ତ। ପ୍ରଥମ ଦିନରୁ ସୂର୍ଯ୍ୟଉଦୟ ଦର୍ଶନ ସହ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ମହୋଦଧିରେ ଦର୍ଶନ ପାଇଁ ମଧ୍ୟ ପ୍ରବଳ ଜନସାମାଗମ ହୋଇଥିବା ନଜରକୁ ଆସିଥିଲା l
ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିବାବେଳେ ସିଂହଦ୍ୱାର ସମ୍ମୁଖରେ ଅନେକ ଅମାନିଆ ଭକ୍ତ ବିଶୃଙ୍ଖଳା ସୃଷ୍ଟି କରି ବ୍ୟାରିକେଡ ଓ ପୋଲିସକୁ ଠେଲି ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା l
ପୁରୀରୁ ପ୍ରୀତିଶ ମହାନ୍ତିଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now