ରାଜ୍ୟକୁ ଫେରିଲା କରୋନା

Spread the love

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୮୫ ଜଣ ସ୍ଥନୀୟ ସଂକ୍ରମିତ ରହିଛନ୍ତି।

ରାଜ୍ୟରେ ଖୋର୍ଦ୍ଧରୁ ସର୍ବାଧିକ ୮୬ ଓ କଟକରୁ ୩୮ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧୮, ଭଦ୍ରକ ୩, ଢେଙ୍କାନାଳ ୧, ଦେବଗଡ ୩, ଜଗତସିଂହପୁର ୨, ପୁରୀରୁ ୫, ସମ୍ୱଲପୁରରୁ ୩, କେନ୍ଦୁଝରରୁ ୧ , ମୟୁରଭଞ୍ଜରୁ ୫, ନୂଆପଡା ୪, ନୟାଗଡ ୧, କେନ୍ଦ୍ରାପଡା ୨, କନ୍ଧମାଳ ୧, ଯାଜପୁର ୧, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସକ୍ରିୟ ମାମଲା ୮୭୨କୁ ବୃଦ୍ଧି ହୋଇଛି। ତେବ ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୯ହଜାର ୯୬୧କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୮୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨ଲକ୍ଷ ୭୯ହଜାର ୯୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ଠାରୁ ସଚେତନ ଓ ସର୍ତକ ନରହିଲେ ଆଗକୁ ସ୍ଥିତି ପୁଣି ବିସ୍ପୋରକ ହେବାର ଆଶଙ୍କା କରାଯାଉଛି। ଏବେ ରାଜ୍ୟରେ ଚତୁର୍ଥ ଲହର ଆଶଙ୍କା ଘନାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *