ପ୍ରଧାନପାଟ ପାଦଦେଶରେ ଅବସ୍ଥିତ ବଡବଗିଚା ପଡିଆର ମୁକ୍ତ ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ ପ୍ରଧାନପାଟ -୨୦୨୫ । ଆୟୋଜିତ ଉଦଘାଟନୀ ସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ କୁମାର ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ବାମଣ୍ଡାର କଳା, ସଂସ୍କୃତି ଓ ଐତିହ୍ୟକୁ ସବୁଠାରୁ ଅନନ୍ୟ ବୋଲି ଭୂୟସି ପ୍ରଶଂସା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ, ସର୍ଗୀଫୁଲ, ଫ୍ୟୁଜନ ଡ୍ୟାନ୍ଷ, କଥକ, ବିହୁ, ଭାଙ୍ଗଡା, ନବଦୂର୍ଗା ନୃତ୍ୟ ଗଣେଶ ବନ୍ଦନା ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now