ପହଲଗାମ ଆତଙ୍କି ଆକ୍ରମଣ ଘଟଣାରେ ମର୍ମାହତ ଗାୟକ ଅରିଜିତ ସିଂ ନିଜର ଚେନ୍ନାଇ କନସର୍ଟ ରଦ୍ଦ କରିଦେଇଛନ୍ତି। ଅର୍ଗାନାଇଜର ବି ଦର୍ଶକଙ୍କୁ ଟିକଟ ଅର୍ଥ ଫେରସ୍ତ କରିବାକୁ କହିଦେଇଛନ୍ତି। ଅରିଜିତଙ୍କ ଏହି କନସର୍ଟ ଏପ୍ରିଲ ୨୭ରେ ହେବାର ଥିଲା। ଏବେକାର ସ୍ଥିତି ବୁଝିବାକୁ ନିବେଦନ କରିବା ସହ ଦର୍ଶକଙ୍କୁ ଅପିଲ୍ କରିଛନ୍ତି। ବଲିଉଡର ହାଇଏଷ୍ଟ ପେଡ୍ ଗାୟକଙ୍କ ଭିତରେ ଅରିଜିତ ଅନ୍ୟତମ। ବାର୍ଷିକ ୭୦ କୋଟି ଆୟ କରୁଥିବା ଅରିଜିତଙ୍କ ନେଟ୍ ଓ୍ୱର୍ଥ ୪୧୪ କୋଟି ଟଙ୍କା। ଗୋଟିଏ ଗୀତ ଗାଇବାକୁ ୧୦ଲକ୍ଷ ଟଙ୍କା ଚାର୍ଜ କରନ୍ତି ଅରିଜିତ। ସେପଟେ ଅନ୍ୟତମ ଗାୟକ ତଥା ମ୍ଯୁଜିକ୍ କମ୍ପୋଜର ଅନିରୁଦ୍ଧ ରବିଚନ୍ଦର ବି ନିଜର ହୁକୁମ ଟୁରକୁ ବାତିଲ କରିଦେଇଛନ୍ତି। ହୁକୁମ ଟୁର୍ ର ଟିକଟ ବିକ୍ରିକୁ ସ୍ଥଗିତ କରିଦେଇଛନ୍ତି। ପହଲଗାମରେ ଦୁଃଖଦ ଘଟଣାକୁ ନେଇ ସମସ୍ତେ ସ୍ତବ୍ଧ। ଏଭଳି ସ୍ଥିତିରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ବିବେକ ବିରୋଧୀ ହେବ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଅନିରୁଦ୍ଧ।

Naxatra News is now on Whatsapp
Join and get latest news update delivered to you via whatsapp
Join Now