ଇଣ୍ଟରନାସନାଲ ବୁକର ପ୍ରାଇଜ୍ ପାଇ ଇତିହାସ ରଚିଲେ ବାନୁ ମୁସ୍ତାକ

୨୦୨୫ ର International Booker Prize ବିଜେତା ଭାବେ ଭାରତୀୟ ଲେଖିକା ବାନୁ ମୁସ୍ତାକଙ୍କୁ ମନୋନୀତ କରାଯାଇଛି। ତାଙ୍କର କୃତି Heart Lamp କନ୍ନଡ ଭାଷାରେ ଲେଖାଯାଇଥିଲା ଓ ଏହାକୁ ଦୀପା ଭାସ୍ଥି ଇଂରାଜୀକୁ ଅନୁବାଦ କରିଛନ୍ତି। ଏହି ସମ୍ମାନ ପାଇଥିବା Heart Lamp ହେଉଛି ପ୍ରଥମ କନ୍ନଡ ଓ ପ୍ରଥମ ଛୋଟ ଗଳ୍ପ ସଂଗ୍ରହ ଯାହା International Booker Prize ଜିତିଛି। Heart Lamp ମଧ୍ୟରେ ୧୨ଟି ଗଳ୍ପ ସମିଳିତ ଅଛି, ଯାହା ବାନୁ ମୁସ୍ତାକ ତିନି ଦଶକ ଧରି ଲେଖିଥିଲେ। ଏହି ଗଳ୍ପଗୁଡ଼ିକ ଦକ୍ଷିଣ ଭାରତର ମୁସଲିମ ଓ ଦଳିତ ନାରୀମାନଙ୍କ ଜୀବନ ଓ ଆନ୍ତରିକ ଯନ୍ତ୍ରଣାକୁ ପ୍ରକାଶ କରିଥାଏ। ଲେଖିକାଙ୍କ ନିଜର ଅନୁଭୂତି, ସାମାଜିକ ସଚେତନତା ଓ ଆଇନ ଶିକ୍ଷା ଏହି ଗଳ୍ପଗୁଡ଼ିକୁ ଅଧିକ ଗଭୀରତା ଦିଏ। ଦୀପା ଭାସ୍ଥିଙ୍କ ଅନୁବାଦକୁ ବିଚାରକମଣ୍ଡଳୀ “ବିପ୍ଳବୀ ଧାରାର” ଭାବେ ବିବେଚନା କରିଛନ୍ତି, ଯେଉଁଥିରେ ସେ କନ୍ନଡ ସଂସ୍କୃତିର ଗଭୀରତାକୁ ରକ୍ଷା କରିଥିଲେ। ଏହି ସମ୍ମାନ ପାଇଁ ଦୀପା ଭାସ୍ଥି ହେଉଛନ୍ତି ପ୍ରଥମ ଭାରତୀୟ ଅନୁବାଦିକା। ପୁରସ୍କାର ରାଶି ୫୦ ହଜାର ପାଉଣ୍ଡ ଅଟେ, ଯାହା ଲେଖିକା ଓ ଅନୁବାଦିକାଙ୍କ ମଧ୍ୟରେ ବଣ୍ଟାଯିବ। ୫୦ ହଜାର ପାଉଣ୍ଡ ଅର୍ଥାତ୍ ୫୨ଲକ୍ଷ ୯୫ ହଜାର ଟଙ୍କାର ଆର୍ଥିକ ପୁରଷ୍କାର ମିଳିଛି। ମେ ୨୦ ତାରିଖରେ ଲଣ୍ଡନର ଟେଟ୍ ମୋଡର୍ଣ୍ଣରେ ଏହି ପୁରସ୍କାର ଦିଆଯାଇଥିଲା। ବିଚାରକମଣ୍ଡଳୀ ଅଧ୍ୟକ୍ଷ ମାକ୍ସ ପୋର୍ଟର କହିଛନ୍ତି: “Heart Lamp ଗଭୀର ଭାବନା ଓ ଭାଷା ଶୈଳୀର ଏକ ଅଲୌକିକ ଦୃଷ୍ଟାନ୍ତ। ଏହା ରାଜନୈତିକ ଅଭିବ୍ୟକ୍ତି ଓ ନାରୀ ସ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଦଳିଲ ଅଟେ। ଏହି ବିଜୟ କେବଳ ବାନୁ ମୁସ୍ତାକ ଓ ଦୀପା ଭାସ୍ଥିଙ୍କୁ ନୁହେଁ, କନ୍ନଡ ଓ ଆଞ୍ଚଳିକ ଭାଷା ସାହିତ୍ୟକୁ ବିଶ୍ୱ ସ୍ତରରେ ସ୍ୱୀକୃତି ମିଳିଛି। ଭାରତୀୟ ଲେଖିକା, ଓକିଲ ତଥା ଆକ୍ଟିଭିଷ୍ଟ ବାନୁ ମୁସ୍ତାକ ଏହି ପୁରଷ୍କାର ପାଇ ଇତିହାସ ରଚିଛନ୍ତି। କାରଣ କନ୍ନଡ ଭାଷାରେ ଲିଖିତ ପ୍ରଥମ ପୁସ୍ତକ ଯାହାକୁ ବୁକର ପ୍ରାଇଜ୍ ମିଳିଛି। ବାନୁ ମୁସ୍ତାକ ୧୯୯୦ରୁ ୨୦୨୩ ଭିତରେ ତିନି ଦଶକର ଏଭଳି ୫୦ ଟି କାହାଣୀ ଲେଖିଥିଲେ। ଆଉ ଦୀପା ଏଥିରୁ ୧୨ଟି କାହାଣୀକୁ ବାଛି ଅନୁବାଦ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *