ସବୁ ରେକର୍ଡ ଭାଙ୍ଗିଲା ଧୁରନ୍ଧର-୨। ବକ୍ସ ଅଫିସରେ ମାରିଲା ଡବଲ ସେଞ୍ଚୁରୀ। ୨୩୬ କୋଟି ଟଙ୍କା କଲେକ୍ସନ କରି ଶାହାରୁଖଙ୍କ ଜବାନର ରେକର୍ଡ ଭାଙ୍ଗିଲେ ରଣବୀର ସିଂ। ରଣବୀର ସିଂ ଓ ଆଦିତ୍ୟ ଧରଙ୍କ ଫିଲ୍ମ ଧୁରନ୍ଧର ୨- ଦି ରିଭେଞ୍ଜ୍ ରିଲିଜର ଦୁଇ ଦିନ ଭିତରେ ବକ୍ସ ଅଫିସରେ ଧମାଲ୍ କରିଛି। ମାର୍ଚ୍ଚ ୧୯ରେ ରିଲିଜ ହୋଇଥିବା ଏହି ସ୍ପାଏ ଆକ୍ସନ ସ୍ୱିକେଲ୍ ପେଡ୍ ପ୍ରିଭ୍ୟୁ ଶୋ ପୂର୍ବରୁ ରେକର୍ଡ ଆୟ କରିନେଇଛି। ମାର୍ଚ୍ଚ ୧୮ରେ ପେଡ୍ ପ୍ରିଭ୍ୟୁ ରେ ଫିଲ୍ମ ଭାରତରେ ୧୨,୨୯୨ ଶୋ ରେ ୫୨କୋଟି ୭୧ଲକ୍ଷ ଟଙ୍କାର ଗ୍ରସ୍ କଲେକ୍ସନ କରିଥିଲା। ଆଉ ନେଟ୍ କଲେକ୍ସନ ୪୪ କୋଟି ଥିଲା। ଏହି ଅଂକ ଭାରତୀୟ ସିନେମା ଇତିହାସରେ ସବୁଠୁ ବଡ଼ ପ୍ରିମିୟର ରେକର୍ଡ ଅଟେ। ଯାହା ଗଲା ବର୍ଷ ଧୁରନ୍ଧରର ଓପନିଂ ରେକର୍ଡରେ ହୋଇଥିବା ୨୮ କୋଟି ଟଙ୍କାକୁ ପଛରେ ପକାଇଦେଇଛି। କାଲି ପ୍ରଥମ ଦିନ ରିଲିଜରେ ଭାରତରେ ୯୬କୋଟି ୭୮ଲକ୍ଷରୁ ନେଇ ୧୦୨ କୋଟି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଟ୍ କଲେକ୍ସନ କରିଥିଲା। ପ୍ରିଭ୍ୟୁ ଓ ଡେ ଓ୍ୱାନ କଲେକ୍ସନକୁ ମିଶାଇଲେ ନେଟ୍ କଲେକ୍ସନ ୧୪୫କୋଟିରୁ ଅଧିକ ହୋଇଛି। ଯେବେକି ଗ୍ରସ୍ କଲେକ୍ସନ ୧୭୨ କୋଟି ୬୩ଲକ୍ଷ ଟଙ୍କା ହୋଇଛି। ଓ୍ୱାର୍ଲଡଓ୍ୱାଇଡ୍ ଗ୍ରସ୍ ୨ଶହ କୋଟି ପାର୍ କରିସାରିଛି। ହିନ୍ଦୀ ଭର୍ସନରେ ଅଧିକ ଆୟ ହୋଇଥିଲା ବେଳେ ଦକ୍ଷିଣ ଭାରତୀୟରେ ଦମଦାର ଆୟ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now