ବଲିଉଡରେ ୨୫ ବର୍ଷ ପୂରଣ କଲେ କରିନା କପୁର। ଜବ ଓ୍ୱି ମେଟ୍, ଥ୍ରୀ ଇଡିଅଟ୍ସ, କଭି ଖୁସି କଭି ଗମ୍, ଅଜନବୀ ଭଳି ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଛନ୍ତି କରୀନା। ବଲିଉଡରେ ଦୀର୍ଘ ୨୫ ବର୍ଷ ଧରି ରାଜ୍ କରିଆସିଛନ୍ତି କରିନା। ୪୪ ବର୍ଷୀୟା କରିନାଙ୍କ ଅନ ସ୍କ୍ରିନରେ ଅନ୍ଦାଜ ତାଙ୍କ ଫ୍ୟାନ୍ସ ଫଲୋଅରଙ୍କୁ ପାଗଳ କରିଥାଏ। ଅଭିଷେକ ବଚ୍ଚନଙ୍କ ସହ ସେ ରିଫ୍ୟୁଜିରେ ଡେବ୍ୟୁ କରିଥିଲେ। ବଲିଉଡରେ ୨୫ ବର୍ଷ ପୂରଣ ଅବସରରେ ରିଫ୍ୟୁଜିର କିଛି ଷ୍ଟିଲ୍ ଫଟୋ ତାଙ୍କର କୋ-ଷ୍ଟାର ଅଭିଷେକଙ୍କ ସହ ସେୟାର କରିଛନ୍ତି। ଆଜି ବି ବଲିଉଡର ବେବୋଙ୍କ ଲୁକ୍ସ, ରୋଲ ଓ ଆଇକୋନିକ ଏନର୍ଜି ବାରି ହୋଇପଡ଼େ। କରିନା ୨୦୦୦ ମସିହାରେ ରିଲିଜ ହୋଇଥିବା ରିଫ୍ୟୁଜିରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ୨୫ ବର୍ଷ ପରେ ସେ ଇଣ୍ଡଷ୍ଟ୍ରିର ଟପ୍ ଆକଟ୍ରେସଙ୍କ ଭିତରେ ଜଣାଶୁଣା। ସେ ନିଜ ସମୟରେ ଇଣ୍ଡଷ୍ଟ୍ରିର ହାଇଏଷ୍ଟ ପେଡ୍ ଆକ୍ଚ୍ରେସ ଥିଲେ। କରୀନାଙ୍କ ଡେବ୍ୟୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ମାରିଥିଲା। ଯଦିଓ କରୀନାଙ୍କ ଅଭିନୟର ବେଶ୍ ପ୍ରଶଂସା ହୋଇଥିଲା। ଫିଲ୍ମର ଗୀତ ବେଶ୍ ହିଟ୍ ଥିଲା। କରୀନା ଶେଷ ଥର ଗଲା ବର୍ଷ ସିଂଘମ ଏଗେନ୍ ଫିଲ୍ମରେ ନଜରକୁ ଆସିଥିଲେ। ନିଜର ଆଗାମୀ ଫିଲ୍ମ ଦାଏରାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଭି ଖୁସି କଭି ଗମରେ ପୁ, ରିଫ୍ୟୁୂଜିରେ ନାଜନିନ୍ ଓ ଜବ ଓ୍ୱି ମେଟରେ ଗୀତ ଚରିତ୍ର। ସବୁ ଫିଲ୍ମରେ ତାଙ୍କର ନିଆରା ଅନ୍ଦାଜ ଓ ଅଭିନୟ ଶୈଳୀ ଦର୍ଶକଙ୍କୁ ବାନ୍ଧିରଖିଛି। ସବୁ ରୋଲ୍ ଯେମିତି ତାଙ୍କୁ ଫିଟ୍।


Naxatra News is now on Whatsapp
Join and get latest news update delivered to you via whatsapp
Join Now