ଟେକ ରଖିବେ ଟିକେଶ୍ୱରୀ- ସ୍ମାର୍ଟ ଅରଟ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ

ସ୍ମାର୍ଟ ଅରଟ ମେସିନ୍ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକେଣ୍ଡା ହାଇସ୍କୁଲର କୁନି ବୈଜ୍ଞାନିକ ଟିକେଶ୍ୱରୀ ଭୁଏ ଏବେ ଚର୍ଚ୍ଚାରେ। କମ୍ ପରିଶ୍ରମ କରି କମ୍ ସମୟ ଭିତରେ ଅଧିକ ସୂତା ଗୁଡ଼ାଇ ଅଧିକ ବସ୍ତ୍ର ବୁଣିବାକୁ ଟିକେଶ୍ୱରୀ ତିଆରି କରିଛନ୍ତି ସ୍ମାର୍ଟ ଅରଟ ଯନ୍ତ୍ର। ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶିତ କରି ଆଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଟିକେଶ୍ୱରୀ। ଏହା ପରେ ରାଜ୍ୟ ଓ ଜାତୀୟସ୍ତରରେ ପ୍ରଦର୍ଶିତ କରି ବେଶ୍ ପ୍ରଶଂସା ସାଉଁଟିଲେ। ଶେଷରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ବିଜ୍ଞାନ ମେଳାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଟିକେଶ୍ୱରୀ। ତାଙ୍କର ଏହି କୃତିତ୍ୱ ଲାଗି ବରଗଡ଼ ଜିଲ୍ଲା ସମେତ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି। ଗୋଟିଏ ଏଲିମିନିଟେର, ଗୋଟିଏ ରେଗୁଲେଟର, ୧୨ ଭୋଲଟରର ଏକ ଏସି ମୋଟର ସହ ଏକ ସାଇକେଲ ଚକ ଓ କିଛି ଆଲୁମିନିୟମ ପ୍ଲାଏରୁ ଏହାକୁ ତିଆରି କରିଛନ୍ତି ସେ। ଏଥିଲାଗି ଖର୍ଚ୍ଚ ହୋଇଛି ମାତ୍ର ୪ହଜାର ଟଙ୍କା। ଏଭଳି ଏକ ପ୍ରୋଜେକ୍ଟ କରି ପଲ୍ଲୀରୁ ଦିଲ୍ଲୀ ଯାଏ ପ୍ରଶଂସା ସାଉଁଟିଛନ୍ତି। ଟିକେଶ୍ୱରୀଙ୍କୁ ଏଥିରେ ଗାଇଡ୍ କରିଥିଲେ ଶିକ୍ଷକ ହରି ବାରିକ। ଟିକେଶ୍ୱରୀଙ୍କ ବାପା ଗୋବିନ୍ଦ ଭୁଏ ପେଶାରେ ଜଣେ ରାଜମିସ୍ତ୍ରୀ। କଷ୍ଟମଷ୍ଟେ ପରିବାରର ଗୁଜରାଣ ମେଣ୍ଟାନ୍ତି। ତେବେ ଜାପାନ ଯିବାକୁ ହେଲେ ଟିକେଶ୍ୱରୀଙ୍କୁ ପାସପୋର୍ଟ ଲାଗି ଆବଶ୍ୟକୀୟ ଖର୍ଚ୍ଚ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଉଠାଇବାରେ ପ୍ରଶାସନ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଜାପାନରେ ହେବାକୁ ଥିବା ଅନ୍ତର୍ଜାତୀୟ ବିଜ୍ଞାନମେଳାରେ ଟିକେଶ୍ନରୀ ଟେକ ରଖିବେ ବୋଲି ସମସ୍ତଙ୍କ ଆଶା ରହିଛି।

ବରଗଡ଼ରୁ ଧୃବ କର୍ମୀଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *