ଶ୍ରୀମଦ୍ ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରି ଅଫ ଦି ଓ୍ୱାର୍ଲଡ ରେଜିଷ୍ଟାରରେ ସ୍ଥାନ ପାଇଲା। ଭାରତୀୟ ସଂସ୍କୃତିକୁ ଏହା ଏକ ବଡ଼ ଉପହାର ସହ ବିଶ୍ୱ ଦରବାରରେ ସ୍ୱୀକୃତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ପ୍ରତିଟି ଭାରତୀୟଙ୍କ ଲାଗି ଗର୍ବର ମୂହୂର୍ତ୍ତ ଅଟେ। ଧର୍ମଗ୍ରନ୍ଥକୁ ସାମିଲ୍ କରିବା ଦ୍ୱାରା ଭାରତର ସମୃଦ୍ଧ ସଂସ୍କୃତିକୁ ଏହା ବଡ଼ ମାନ୍ୟତା ଅଟେ। ୟୁନେସ୍କୋର ବିଶ୍ୱ ମମୋରି ରେଜିଷ୍ଟରରେ ମୋଟ୍ ୭୪ ନୂଆ ଏଣ୍ଟ୍ରି ହୋଇଥିଲା। ଯେଉଁଥିରୁ ଅଭିଲେଖା ସଂଗ୍ରହର ସଂଖ୍ୟା ୫୭୦ ହୋଇଯାଇଥିଲା। ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ୍ ପରେ ଏବେ ୟୁନେସ୍କୋ ରେଜିଷ୍ଟରରେ ମୋଟ୍ ୧୪ ଅଭିଲେଖା ହୋଇଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now