କୌସ୍ତୁଭ ଟେକ୍ନିକାଲ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି କୌସ୍ତୁଭ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ବାର୍ଷିକ ଉତ୍ସବ “XUBERANCE-2025” । କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଏହି ଶିକ୍ଷାନୁଷ୍ଠାନର ଓଡ଼ିଶା ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏଠାକାର ଛାତ୍ରଛାତ୍ରୀମାନେ ବିଭିନ୍ନ ଅଖିଳ ଭାରତୀୟ ସେବା ପରୀକ୍ଷା, OPSC ଏବଂ ପ୍ରମୁଖ ମହାରତ୍ନ, ନବରତ୍ନ କମ୍ପାନୀ ଗୁଡ଼ିକରେ ମନୋନୀତ ହେଉଛନ୍ତି। ଏବଂ ଶହ ଶହ ଛାତ୍ରଛାତ୍ରୀ ବିଦେଶରେ ଯଥା ଆମେରିକା, କାନାଡା, ୟୁରୋପ, ଦକ୍ଷିଣ କୋରିଆ ଏବଂ ଜାପାନର ପ୍ରମୁଖ BLUE-CHIP କମ୍ପାନୀଗୁଡ଼ିକରେ କାର୍ଯ୍ୟ କରି ଅନୁଷ୍ଠାନକୁ ଗୈାରବାନ୍ବିତ କରିବା ସହ ରାଜ୍ୟ ଓ ଦେଶର ଗାରିମାକୁ ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ। ଆଗାମୀ ଦିନରେ ଏହି ଇନଷ୍ଟିଚ୍ୟୁସନ୍ସ ର ଛାତ୍ରଛାତ୍ରୀ ନୂତନ ଜ୍ଞାନକୌଶଳକୁ ଆହରଣ କରି ଦେଶ ଓ ବିଦେଶରେ ସୁପ୍ରତିଷ୍ଠିତ ହୋଇ ଇନଷ୍ଟିଚ୍ୟୁସନ୍ସ ଓ ରାଜ୍ୟକୁ ଆହୁରି ଗୈାରବାନ୍ବିତ କରନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
ସେହିଭଳି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ମଧ୍ୟ ସମାରୋହରେ ସାମିଲ ହୋଇଥିଲେ। ଆଜିର ଆଧୁନିକ ଯୁଗରେ ଭାରତୀୟ ଛାତ୍ରଛାତ୍ରୀ କିଭଳି ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମଗ୍ର ବିଶ୍ଵ ସହ ତାଳ ଦେଇ ଚାଲିପାରିବେ ତାହା ଉପରେ ଚର୍ଚ୍ଚା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ଦିନରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବହୁ IT କମ୍ପାନୀମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆହ୍ବାନ ଓଡ଼ିଶାକୁ ଉନ୍ନତି ଦିଗରେ ଆଗେଇ ନେବ। ଆଗାମୀ ଦିନରେ ଓଡ଼ିଶାକୁ AI, ସେମିକଣ୍ଡକ୍ଟର୍ ହବ ରୂପେ ଗଢ଼ି ତୋଳିବା ଆମର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ।
ଆୟୋଜିତ ଏହି ସମାରୋହରେ ଛାତ୍ରଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ରହିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now