ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସମାବେଶ

Spread the love

ଘଟଗାଁ : ଭାରତ ସରକାରଙ୍କ କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ନେହେରୁ ଯୁବ ସଂଗଠନ ଦ୍ୱାରା ସ୍ଥାନୀୟ ସନ୍ତୋଷିମା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଭାରତ ୨୦୪୭ ଓ ପଞ୍ଚପ୍ରାଣ ଶୀର୍ଷକ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଯୁବ ସଂଯୋଜିକା ସୁଶ୍ରୀ ବସୁନ୍ଧରା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଦୁଇଶହରୁ ଉର୍ଦ୍ଧ୍ବ ୧୫ ରୁ ୨୯ ବର୍ଷିୟ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ବକ୍ତୃତା, ଚିତ୍ରକଳା, ଫୋଟୋଗ୍ରାଫି, କବିତା ଲିଖନ, ସାଂସ୍କୃତିକ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ନଗଦ ଅର୍ଥରାଶି ଦ୍ବାରା ପୁରସ୍କୃତ କରାଯାଇଥିଲା । କେନ୍ଦୁଝର ପୌର ନିର୍ବାହୀ ଅଧିକାରିଣୀ ଡ଼ଃ. ମଧୂସମିତା ସାମନ୍ତରାୟ, ମୁଖ୍ୟ ଅତିଥି ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର ବିଶ୍ବାଳ, ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯୁବ ସମାବେଶକୁ ସମ୍ବୋଧିତ କରିଥିଲେ । ଅଧ୍ୟାପକ ପରେଶ ଧର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀମତୀ ସରିତା ଗୌତମ, ନିରଞ୍ଜନ ବାରିକ, ରାଜଲକ୍ଷ୍ମୀ ସ୍ବାଇଁ, ମଧୁସୂଦନ ମିଶ୍ର, ସୁଶ୍ରୀ ସୌମ୍ୟାଶ୍ରୀ ଚାଟାର୍ଜୀ । ସୁଦର୍ଶନ ସ୍ବାଇଁ, ବିଶାଳ ଜେସୱାଲ, ସୁପାଇ ମୁର୍ମୁ, ମିର୍ଜା ହଂସଦା, ବିଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ସ୍ଵେଚ୍ଛାସେବୀ ଅନାମ ନାଏକ, ତରୁଲତା ନାଏକ, ତରୁଲତା ନାଏକ, ଋଣ ନାଏକ, ଧରିତ୍ରୀ ପୋଥାଳ ପ୍ରମୁଖ ସହଯୋଗ କରିଥିଲେ ।

ଏଠାରୁ ବିଭିନ୍ନ ବିଭାଗରେ କୃତିତ୍ଵ ଅର୍ଜନ କରିଥିବା ଆଠଜଣ ଯୁବକ ଯୁବତୀ ରାଜ୍ୟସ୍ତରୀୟ ସମାବେଶରେ ଜିଲ୍ଲାକୁ ପ୍ରତିନିଧିତ୍ବ କରିବେ ବୋଲି ସୁଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *