ଭାରତର ଦୁଇ ଟ୍ବିଟର ଅଫିସରେ ତାଲା

Spread the love

ନୂଆଦିଲ୍ଲୀ: ଭାରତରେ ଥିବା ୩ ଟ୍ବିଟରର ଅଫିସ ଭିତରୁ ୨ଟିରେ ତାଲା ପକାଇଲେ ଟ୍ବିଟର ସିଇଓ ଏଲନ ମସ୍କ। ଅଫିସ ବନ୍ଦ କରି ଥିଲେ ମଧ୍ୟ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ମୁଦ୍ରାସ୍ଫିତିକୁ ନେଇ ମସ୍କ ଏପରି କରିଥିବା କୁହାଯାଉଛି। ଦିଲ୍ଲୀ ଓ ମୁମ୍ବାଇସ୍ଥିତ ଟ୍ବିଟର ଅଫିସରେ ତାଲା ପକାଯାଇଥିବା ବେଳେ ବେଙ୍ଗାଲୁରୁ ଅଫିସ କିନ୍ତୁ ଚାଲୁ ରହିଛି।

ଏଲେନ ମସ୍କ ଟ୍ବିଟର କିଣିବା ପରଠାରୁ ନିଜ ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆଣିବାକୁ ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ। ସେତେବେଳେ ଭାରତରେ ଟ୍ବିଟର ପାଇଁ କାମ କରୁଥିବା ୯୦ ପ୍ରତିଶତ ବା ୨୦୦ କର୍ମଚାରୀଙ୍କୁ ବିଦା କରାଯାଇଥିଲା। ଏବେ ଦୁଇଟି ଅଫିସ ବନ୍ଦ କରାଯାଇ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ କୁହାଯାଇଛି।

ହୁଏତ ଅଫିସ ଭଡାରୁ ବର୍ତ୍ତିବାକୁ ମସ୍କ ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବେଙ୍ଗାଲୁରୁ ଅଫିସରେ ଇଞ୍ଜିନିୟରିଂ କାର୍ଯ୍ୟ ଚାଲିଥିବାରୁ ସେହି ଅଫିସକୁ ବାଦ ଦିଆଯାଇଛି। ତେବେ ଭାରତରେ ଟ୍ବିଟର ଏକ ପ୍ରମୁଖ ସୂଚନାପ୍ରଦାନକାରୀ ସଂସ୍ଥା ଭାବେ କାମ କରୁଛି। କିନ୍ତୁ କମ୍ପାନୀକୁ ଭାରତରୁ ସେହି ଅନୁପାତରେ ରାଜସ୍ବ ହାସଲ ହେଉ ନାହିଁ।

Leave a Reply

Your email address will not be published. Required fields are marked *