କହ୍ନେୟାଲାଲ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ଉଦୟପୁର ଫାଇଲ୍ସ ରିଲିଜ ହେବ। ଏହା ଉପରେ ରୋକ୍ ଲଗାଇବାକୁ ମନା କରି ସାରିଛନ୍ତି ସୁପ୍ରିମକୋର୍ଟ। ରାଜସ୍ଥାନରେ ଏହି ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଥିଲେ ହତ୍ୟାକାଣ୍ଡର ଅଭିଯୁକ୍ତ ମହମ୍ମଦ ଜାଭେଦ। ଫିଲ୍ମ ରିଲିଜ ହେଲେ ଶୁଣାଣୀରେ ନିରପେକ୍ଷତାକୁ ପ୍ରଭାବିତ କରିବ। ମାମଲାର ଶୁଣାଣୀ ନ ସରିବା ଯାଏ ଫିଲ୍ମ ରିଲିଜ ଉପରେ ବ୍ୟାନ୍ ଲଗାଇବାକୁ ଅପିଲ୍ କରିଥଲେ। ବୁଧବାର ଫିଲ୍ଣ ରିଲିଜକୁ ନେଇ କିନ୍ତୁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଥିଲେ। ଏହାକୁ ରିଲିଜ୍ ହେବାକୁ ଦିଆଯାଉ ବୋଲି କହିଥିଲେ ସୁପ୍ରିମକୋର୍ଟ। ଫିଲ୍ଣ ପ୍ରଯୋଜକଙ୍କୁ ଏହାର ରିଲିଜ ପୂର୍ବରୁ ପ୍ରତିପକ୍ଷ ପାର୍ଟିକୁ ଏହାର ସ୍କ୍ରିନିଂ ଦେଖାଇବାକୁ କହିଥିଲେ ଦିଲ୍ଲୀ ହାଇକୋର୍ଟ। ଏହା ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ବି ଶୁଣାଣୀ କରିଛନ୍ତି। ଉଦୟପୁର ଫାଇଲ୍ସ ଜୁଲାଇ ୧୧ରେ ପରଦାକୁ ଆସିବ। ମୁଖ୍ୟ ବିଚାରପତି ଜଷ୍ଟିସ ଡିକେ ଉପାଧ୍ୟାୟ ଓ ଜଷ୍ଟିସ ଅନିଶ ଦୟାଲଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିଛନ୍ତି। ସିବିଏଫସି ବା ସେନସର ବୋର୍ଡ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରିଥିଲେ ଯେ, ଫିଲ୍ମରେ ଥିବା ଆପତ୍ତିଜନକ ପୋର୍ସନକୁ ହଟାଇ ଦିଆଯାଇଛି। ଏହି ଫିଲ୍ଣର ରିଲିଜକୁ ବିରୋଧ କରି ଜମାତ ଉଲାମା-ଇ-ହିନ୍ଦ୍ ସଭାପତି ମୌଲାନା ଅର୍ସଦ ମଦାନି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଫିଲ୍ମରେ ଘୃଣାମନ୍ତବ୍ୟ ଓ ସାମ୍ପ୍ରଦାୟିକ ସଦ୍ଭାବନାକୁ କ୍ଷୁର୍ଣ୍ଣ କଲାଭଳି ଦୃଶ୍ୟ ଅଛି। ସିବିଏଫସି ବି କେମିତି ଏହି ଫିଲ୍ଣକୁ ପବ୍ଲିକ ଏକଜିବିସନ ଲାଗି ଅନୁମତି ପ୍ରମାଣପତ୍ର ଦେଲା ବୋଲି ପଚାରିଥିଲେ ମଦାନି। ବୁଧବାର ଶୁଣାଣୀ ବେଳେ ଆବେଦନକାରୀଙ୍କ ଓକିଲ କପିଲ ଶିବଲ କହିଥିଲେ, ଫ୍ରି ସ୍ପିଚର ଅଧିକାର ଅଛି। କିନ୍ତୁ ଯଦି ସାମାଜିକ ସଦ୍ଭାବନା ନଷ୍ଟ କରି ପବ୍ଲିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିର ଉଦ୍ଦେଶ୍ୟ ଥାଏ। ହିଂସାକୁ ତେଲ ଦେବ। ତାହେଲେ ଏହା ରିଲିଜ୍ ହେଲେ ଏହାର ପରିଣାମ କଅଣ ହେବ। ସେପଟେ ସେନସର ବୋର୍ଡ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା କହିଥିଲେ, ସମସ୍ତ ଇସ୍ୟୁକୁ ଠିକଣା ଢଙ୍ଗରେ ଆଡ୍ରେସ କରାଯାଇଛି। ଆପତ୍ତିଜନକ ମନ୍ତବ୍ୟ ଓ ଡାଇଲଗକୁ ବୋର୍ଡ ହଟାଇସାରିଛି। ଫିଲ୍ମ ଓ ଟ୍ରେଲରରୁ ସମସ୍ତ ଆପତ୍ତିଜନକ ଡାଇଲଗ ହଟିସାରିଛି। ସେଥିଲାଗି ପ୍ରତିପକ୍ଷ ଓକିଲଙ୍କ ଭରସା ଜିତିବାକୁ ସ୍ପେଶିଆଲ ସ୍କ୍ରିନିଂ କରିବାକୁ ପ୍ରଯୋଜକଙ୍କୁ କୁହାଯାଇଥିଲା। ଆଉ ଜଣେ ଆବେଦନକାରୀଙ୍କ ଓକିଲ ମେନକା ଗୋସ୍ୱାମୀ ସ୍କ୍ରିନିଂ ଦେଖି କହିଥିଲେ, ଯାହା ଡିଫେକ୍ଚ ଥିଲା, ତାହା ହଟିନି। ଫିଲ୍ମଟି ସମ୍ପୂର୍ଣ୍ଣ ଘୃଣାରେ ଭର୍ତ୍ତି। କୋର୍ଟ କହିଥିଲେ ସେନସର ବୋର୍ଡର ସାର୍ଟିଫିକେସନକୁ ନେଇ ପ୍ରଶ୍ନ ଉଠୁଛି। ବୋର୍ଡ କଅଣ ଦେଖି ସାର୍ଟିଫିକେଟ ଦେଲା, ତା ଉପରେ କୋର୍ଟ କେମିତି କହିବେ। ବୋର୍ଡ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ କଅଣ କୌଣସି ଆପିଲିଏଟ୍ ଟ୍ରିବ୍ୟୁନାଲ ନାହିଁ କି। ଆପିଲିଏଟ ବୋର୍ଡ ନଥିଲେ ଅପିଲ ହାଇକୋର୍ଟରେ କରିହେବ। କନସେପ୍ଟକୁ ନେଇ ତର୍କ ଲାଗିବାରୁ ଅପରାହ୍ନ ସାଢେ ୨ଟାରେ ଏହାର ଶୁଣାଣୀ ହେବ ବୋଲି କହିଥିଲେ କୋର୍ଟ। ଅଭିବ୍ୟକ୍ତିର ସ୍ୱାଧୀନତା ନାଁରେ କୌଣସି ଧାର୍ମିକ ଭାବନାକୁ ଠେସ୍ ପହଞ୍ଚାଯାଇପାରିବନି ବୋଲି କହିଛନ୍ତି ହାଇକୋର୍ଟ। ଜ୍ଞାନବ୍ୟାପୀ ମସଜିଦ ମାମଲାର ଆବେଦନକାରୀ କହିଛନ୍ତି, ଏହି ଫିଲ୍ମ ସତ୍ୟ ଉପରେ ଆଧାରିତ। ଏହା ରିଲିଜ୍ ହେଲେ ସନାତନ ଧର୍ମର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ବଢ଼ିବ। ଏହାକୁ ଟିକସ ଫ୍ରି ସହ ରିଲିଜ ବେଳେ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛନ୍ତି। ମୁମ୍ୱ୍ରାର ଏସଡିପିଆଇ ସଂଗଠନ ଉଦପୁର ଫାଇଲ୍ସ ଫିଲ୍ମ ବିରୁଦ୍ଧରେ ଏତଲା ଦେଇଛି। ସେପଟେ ଶୁକ୍ରବାର ୩୫୦୦ ସ୍କ୍ରିନରେ ରିଲିଜ୍ ହେବ ଉଦୟପୁର ଫାଇଲ୍ସ। ମୁଭିରେ କହ୍ନେୟାଲାଲ ହତ୍ୟାକାଣ୍ଡର ପୁରା ଘଟଣାକ୍ରମକୁ ଦର୍ଶାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now