ପ୍ରୀତି ଜିଣ୍ଟାଙ୍କୁ ନେଇ ମିଛ ଖବର। ମିଛ ଖବର ପ୍ରଚାରିତକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରୀତି। କେରଳ କଂଗ୍ରେସ ପ୍ରୀତିଙ୍କ ଉପରେ ଲଗାଇଥିଲା ସଙ୍ଗୀନ ଆରୋପ। ପ୍ରୀତି ଜିଣ୍ଟାଙ୍କୁ ୧୮ କୋଟି ଟଙ୍କାର କରଜ ଛାଡ଼ ମାମଲା ନେଇ କଂଗ୍ରେସ ଆରୋପ ଲଦିଥିଲା। କେରଳ କଂଗ୍ରେସ ୟୁନିଟ୍ ଏକ୍ସ-ରେ ଅଭିଯୋଗ କରିଥିଲା କି ପ୍ରୀତି ଜିଣ୍ଟା ନିଜର ସୋସିଆଲ ମିଡିଆ ଆକାଉଣ୍ଟର ଆକ୍ସେସ ବିଜେପିକୁ ଦେଇଛନ୍ତି। ଆଉ ବିଜେପି ପ୍ରୀତିଙ୍କ ୧୮ କୋଟି ଟଙ୍କାର କରଜ ଛାଡ଼ କରିଦେଇଛି। ଯେଉଁ ବ୍ଯାଙ୍କ ଏବେ ବନ୍ଦ ହୋଇଯାଇଛି। ଜମାକର୍ତ୍ତା ନିଜର ଟଙ୍କା ପାଇବାକୁ ରାସ୍ତାରେ ଏବେ। ଏହା ଉପରେ ପ୍ରତିକ୍ରିୟାଶୀଳ ହୋଇ ପ୍ରୀତି ଲମ୍ୱା ପୋଷ୍ଟ କରିଛନ୍ତି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ନିଜେ ଚଳାନ୍ତି। ମିଛ ଖବର ପ୍ରଚାରିତ ନେଇ କଂଗ୍ରେସକୁ ଲଜ୍ଜା ଲାଗିବା ଦରକାର। କୌଣସି ବ୍ୟାଙ୍କ କି କୌଣସି ବ୍ୟକ୍ତି ତାଙ୍କର କରଜ ଛାଡ଼ କରିନାହାନ୍ତି। ତାଙ୍କ ଫଟୋ ଓ ନାଁକୁ ବ୍ୟବହାର କରି ଭୁଲ ଉପଯୋଗ କରାଯାଉଛି। ତାଙ୍କର କରଜ ୧୦ ବର୍ଷ ତଳୁ ସେ ସୁଝିଦେଇସାରିଛନ୍ତି। ଏହି ସ୍ପଷ୍ଟିକରଣ ପରେ ସେ ଆଶା କରୁଛନ୍ତି କି, ଏଭଳି କୌଣସି ଭ୍ରମାତ୍ମକ ଖବର କେହି ଆଗକୁ ଯେମିତି ପ୍ରଚାରିତ କରିବେନି।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now