୪୩ରନ୍ ଦେଇ ୫ଟି ଓ୍ୱିକେଟ୍ ନେଇ ପ୍ଲେୟାର ଅଫ ଦି ମ୍ୟାଚ୍ ହେଲେ ସ୍ନେହ ରାଣା। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଓ୍ୱିକେଟ୍ ନେଇ ଟିମ୍ ଇଣ୍ଡିଆ ପାଇଁ ଗୌରବ ସାଉଁଟିଛନ୍ତି ରାଣା। ନିଜ କ୍ୟାରିଅରରେ ପ୍ରଥମ ଥର ୫ ଓ୍ୱିକେଟ ନେଇ ଧମାଲ୍ କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ଟି ଓ୍ୱିକେଟ୍ ନେବାର କୀର୍ତ୍ତି ରଚିଛନ୍ତି ସ୍ନେହ। ଗୋଟିଏ ଓଭରରେ ୩ଟି ଓ୍ୱିକେଟ ନେଇଥିଲେ ସ୍ନେହ। ଆଉ ଭାରତ ସପକ୍ଷରେ ମ୍ୟାଚର ଦିଶାକୁ ବଦଳାଇଦେଇଥିଲେ। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୭୬ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକାର ଓପନିଂ ଯୋଡ଼ି ୧୪୦ ରନ୍ କରିଥିଲା । ଆଉ ୪ଟି ଓ୍ୱିକେଟ୍ ହରାଇ ୨୪୦ ରନ୍ କରିଥିଲା ଟିମ୍। ତେବେ ୪୯.୨ ଓଭର ବେଳକୁ ତାଜମିନ୍ ବ୍ରିଟ୍ଙ୍କ ୧୦୯ ରନ୍ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୨୬୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୨୧ ରନରେ ଶେଷ ୫ଟି ଓ୍ୱିକେଟ ହରାଇଥିଲା। ୪୮ ଓଭରରେ ସ୍ନେହ ରାଣାଙ୍କ ବୋଲିଂ ସବୁ ଅଙ୍କ ବିଗାଡ଼ିଦେଇଥିଲା ଦକ୍ଷିଣ ଆଫ୍ରିକାର। ରାଣାଙ୍କ ପୂର୍ବରୁ ଦୀପା ମରାଠେ ଯିଏ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୪ଟି ଓ୍ୱିକେଟ୍ ନେଇଥିଲେ ୨୦୦୫ରେ। ମାତ୍ର ଏକ ରନ୍ ଦେଇ ୪ ଓ୍ୱିକେଟ ନେଇଥିଲେ ଦୀପା। ସେଭଳି ୨୦୧୮ରେ ୨୪ ରନ୍ ଦେଇ ୪ଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ଝୁଲନ ଗୋସ୍ୱାମୀ ଓ ପୁନମ ଯାଦବ। ୨୦୨୪ରେ ୨୧ ରନ୍ ଦେଇ ୪ଟି ଓ୍ୱିକେଟ୍ ନେଇଥିଲେ ଆଶା ଶୋଭାନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now