ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦର ୮୪ ଟଙ୍କାରୁ ୮୫ ଟଙ୍କା ପାର ହୋଇଯାଇଛି । ଡଲାର ତୁଳନାରେ ଗୁରୁବାର୧୨ ପଇସା କମି ୮୫ ଟଙ୍କା ୭୫ ପଇସା ହୋଇଯାଇଛି । ତେବେ ୮୨ ରୁ ୮୩ ଟଙ୍କାକୁ ଯିବା ପାଇଁ ୧୦ ମାସ ଲାଗିଥିଲା । ୮୩ରୁ ୮୪ ଟଙ୍କା ହେବା ପାଇଁ ୧୪ ମାସ ଲାଗିଥିଲା । କିନ୍ତୁ ୮୪ରୁ ୮୫ ମାତ୍ର ୨ ମାସରେ ହୋଇଛି । ଅନ୍ୟ ଏସୀୟ ମୁଦ୍ରାର ଅବମୂଲ୍ୟାୟନ ହୋଇଛି । କୋରିଆ,ଇଣ୍ଡୋନେସିଆ,ମାଲେସିଆ ଟଙ୍କା ମଧ୍ୟ ୦.୮%-୧.୨% ତଳକୁ ଖସିଛି । ୟୁଏସ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ହ୍ରାସ କରିବାର ସଙ୍କେତ ଦେବା ପରେ ଏହି ସ୍ଥିତି ଆସିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now