ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ ଲଞ୍ଚ

ନୂଆଦିଲ୍ଲୀ: ମହାମାରୀ କରୋନା ଲଢେଇରେ ଆଉ ଏକ ପାଦ ଆଗେଇଛି ଭାରତ। ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଲଞ୍ଚ କରାଯାଇଛି ଗୁରୁବାର ଦିନ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ ମନସୁଖ ମାଣ୍ଡଭିୟ ଓ ବିଜ୍ଞାନ ତଥା ଟେକନିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ ବାୟୋଟେକର ମେଡ ଇଣ୍ଡିଆ କୋଭିଡ-୧୯ ନାଜାଲ ଟୀକା ଇନକୋଭେକକୁ ଲଞ୍ଚ କରିଛନ୍ତି। ଫଳରେ ବିନା ଛୁଞ୍ଚିରେ ଲୋକେ କୋଭିଡ ଟୀକା ନେଇପାରିବେ।
ଭାରତ ବାୟୋଟେକ ମୁତାବକ, ସରକାରକୁ ଏହି ଟୀକା ପାଇଁ ୩୨୫ ଟଙ୍କା ଦେବାକୁ ପଡିବା ବେଳେ ଘରୋଇ ହସ୍ପିଟାଲକୁ ୮୦୦ ଟଙ୍କା ପଡିବ। ନାଜାଲ ଭ୍ୟାକ୍ସିନ ବୁଷ୍ଟର ଡୋଜ ରୂପେ ନିଆଯାଇ ପାରିବ। ଏହାକୁ ଉଭୟ କୋଭିସିଲ ଓ କୋଭାକ୍ସିନ ଟୀକା ନେଇଥିବା ଲୋକେ ମଧ୍ୟ ନେଇ ପାରିବେ। ଏହି ନାଜାଲ ଭ୍ୟାକ୍ସିନକୁ ଡିସେମ୍ବର ୨୩ ତାରିଖରେ କେନ୍ଦ୍ର ମଞ୍ଜୁରୀ ମିଳିଥିଲା।
ନାଜାଲ ଭ୍ୟାକ୍ସିନ ସମ୍ପର୍କରେ ଭାରତ ବାୟୋଟେକ ଏମଡି ଓ ଚେୟାରମ୍ୟାନ ଡ କୃଷ୍ଣା ଏଲ୍ଲା କିଛି ସମୟ ପୂର୍ବରୁ କହିଥିଲେ କି, ପୋଲିଓ ପରି ଏହି ଟୀକାର ୪ ବୁନ୍ଦା କରୋନା ପ୍ରତିହତ ପାଇଁ ଯଥେଷ୍ଟ ହେବ। ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ତଥା ଏହା ଦ୍ବାରା ଛୁଞ୍ଚି ଓ ସିରିଞ୍ଜର ଅଳିଆ କମ ହେବ ବୋଲି କହିଛନ୍ତି ନାଜାଲ ଭ୍ୟାକ୍ସିନ।