କୃତ୍ରିମ ପ୍ରଜନନ ସହ ରାଜ୍ୟରେ ଏମିତି ହେଉଛି ଗୋପାଳନର ବିକାଶ

Spread the love

ରାଜ୍ୟରେ ଆରମ୍ଭ ହୋଇଛି ଲିଙ୍ଗ ନିରୂପିତ ଶୁକ୍ରାଣୁ ଅଭିଯାନ। କୃତ୍ରିମ ପ୍ରଜନନ ମଧ୍ୟରେ ରାଜ୍ୟରେ ଗୋ ପାଳନର ବିକାଶକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ଅଧିକ ମାଈ ବାଛୁରୀ ଜନ୍ମନେବା ସହ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଏହାର ଶୁଭାରମ୍ଭ କରିଛନ୍ତି ସରକାର। ଚାଷୀଙ୍କ ଆୟ ସହ କିଭଳି ଚାଷୀଙ୍କୁ ସର୍ବାଧିକ ରିହାତିରେ ଶୁକ୍ରାଣୁ ଯୋଗାଇହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି I ଲିଙ୍ଗ ନିରୂପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ଵାରା ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରୀ ଜନ୍ମ ହୋଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବ ।

କୃଷି ଭବନରେ ଏ ସମ୍ପର୍କିତ କାର୍ଯ୍ୟକ୍ରମ ଓ କର୍ମଶାଳାର ଶୁଭାରମ୍ଭ କରି କିଭଳି ଗୋପାଳକଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହେବ, ତା ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର। ଗିର୍‌ , ସାହିୱାଲ୍ , କ୍ରସ୍ ବ୍ରେଡ୍ ଜର୍ସି , କ୍ରସ୍ ବ୍ରେଡ୍ ହୋଲଷ୍ଟିନ୍ ଫ୍ରିଜିଆନ୍ ଇତ୍ୟାଦି ଉନ୍ନତ ପ୍ରଜାତିର ସେକ୍ସ ସର୍ଟେଡ୍ ସିମେନ ଚାଷୀଙ୍କ ପାଇଁ ଉପଲବ୍ଧ ହେବ, ତା ଉପରେ ଜୋର ଦିଆଯାଇଛି। ଓଡ଼ିଶା ଗୋ – ମହିଷାଦି ପ୍ରଜନନ ନୀତି ଅନୁଯାୟୀ କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ – ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତ୍ରିମ ପ୍ରଜନନ କରାଯାଉଛି । ଓମଫେଡ୍ ମାଧ୍ୟମରେ ରାଜ୍ୟର ପ୍ରାୟ ୩ ହଜାର ୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ବିକ୍ରି କରିପାରୁଛନ୍ତି ।
ଗଲା ୨୦ ବର୍ଷ ଭିତରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ୍‌ ଟନ ଥିବା ବେଳେ ୨୦୨୧ ମସିହାରେ ୨୩.୭୩ ଲକ୍ଷ ମେଟ୍ରିକ୍‌ ଟନ କୁ ବୃଦ୍ଧି ପାଇଛି । ଗୋଟିଏ ଡୋଜ୍ ଲିଙ୍ଗ ନିରୂପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା ହୋଇଥିବା ସ୍ଥଳେ ଗୋପାଳକଙ୍କୁ ୭୫ ପ୍ରତିଶତ ରିହାତିରେ ସରକାର ଏହାକୁ ୧୮୦ ଟଙ୍କାରେ ଯୋଗାଇ ଦେଉଛନ୍ତି ।

OMBADC କାର୍ଯକ୍ରମ ଚାଲୁଥିବା ରାଜ୍ୟର ଖଣିଜ ଅଞ୍ଚଳରେ ଏଥିପାଇଁ ଶତ ପ୍ରତିଶତ ରିହାତିର ସୁବିଧା ରହିଛି । ୨୦୨୨ – ୨୩ ବର୍ଷରେ ପ୍ରାଥମିକ ଅବସ୍ଥାରେ ୫.୫ ଲକ୍ଷ ଡ଼ୋଜ୍ ସେକ୍ସ ସର୍ଟେଡ୍ ସିମେନ୍ ବ୍ୟବହାର କରି ୧୨୦ ଲକ୍ଷ ଗାଈଙ୍କ କୃତ୍ରିମ ପ୍ରଜନନ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେପଟେ ଏହି ବ୍ୟବସ୍ଥା ଦ୍ୱାରା ଚାଷୀ ବେଶ ଲାଭ ପାଇପାରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେକ୍ସ ସର୍ଟେଡ୍ ସିମେନ କାର୍ଯ୍ୟକ୍ରମ ଗୋପାଳକଙ୍କ ଆୟ ବୃଦ୍ଧି ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଆଶା ରଖିଛନ୍ତି ସରକାର।

Leave a Reply

Your email address will not be published. Required fields are marked *