ଅଧିକ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଦେଢ଼ କୋଟି ଠକିଥିଲେ- ଆଜି ପଡ଼ିଗଲେ କ୍ରାଇମବ୍ରାଞ୍ଚ ଜାଲରେ

ଚିଟଫଣ୍ଡ ଆଜି ବି କାୟା ମେଲାଇବସିଛି। କମ୍ ନିବେଶରେ ଅଧିକ ରିଟର୍ଣ୍ଣର ପ୍ରଲୋଭନରେ ପାଲରେ ଆଜି ବି ଲୋକେ ପଡ଼ି ହଇରାଣ ହେଉଛନ୍ତି। ଅନଲାଇନ ଗେମିଂ ପ୍ଲାଟଫର୍ମ ଯେମିତିକି ଓ୍ୱାର୍ଲଡ ନେଟ୍, ବଣ୍ଟି ଗେମ୍ସ ଇନ୍‌, ୟୁବିଟ କଏନ ଷ୍ଟକିଂ ଅପର୍ଚ୍ଚୁନିଟି, ରାଇଡ୍ ବିଏନବି, ଏଚଏଏଚଏମରେ ନିବେଶ କରିବାକୁ ଲୋଭ ଦେଖାଉଥିଲେ। ଆଉ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାଲିସାହିର ମମତା ରାଉତଙ୍କଠୁ ପ୍ରାୟ ୧ କୋଟି ୫୬ଲକ୍ଷଟଙ୍କା ଦୁଇ ଅଭିଯୁକ୍ତ କାମଦେବ ରାଉତ ଓ ବିକ୍ରମ ଜେଠୀ ଲୁଟିନେଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି. କାମଦେବ, ବିକ୍ରମ ଓ ଏମାନଙ୍କ ସହଯୋଗୀ ପୀଡିତା ମମତାଙ୍କୁ ନିବେଶ କଲେ ଅଧିକା ରିଟର୍ଣ୍ଣର ଜାଲରେ ଫସାଇଥିଲେ। ଏଥିରେ ବିଶ୍ୱାସ କରି ୧୦ଟି ଅଲଗା ଅଲଗା ଆକାଉଣ୍ଟକୁ ମମତା ୫୭ଲକ୍ଷ ୩୯ହଜାର ୪୭୧ ଟଙ୍କା ପଠାଇଥିଲେ। ଏହା ବ୍ୟତୀତ ନଗଦ ୯୮ଲକ୍ଷ ୬୦ହଜାର ୫୨୯ ଟଙ୍କା ବିଭିନ୍ନ ତାରିଖରେ ଦେଇଥିଲେ। କାମଦେବଙ୍କ ଆକାଉଣ୍ଟକୁ ୧୪ଲକ୍ଷ ୭୭ହଜାର ଓ ବିକ୍ରମର ଆକାଉଣ୍ଟକୁ ୮ଲକ୍ଷ ୪୫ହଜାର ୪୬ ଟଙ୍କା ଟ୍ରାନ୍ସଫର ହୋଇଥିଲା। ତେବେ ପୀଡ଼ିତାଙ୍କଠୁ ଅଧିକ ଟଙ୍କା ଠକିବାର ମନୋବୃତ୍ତି ଥିବାରୁ କ୍ରାଇମବ୍ରାଞ୍ଚକୁ ଜଣାଇଥିଲେ ପୀଡ଼ିତା। ଆଜି କଟକକୁ ସେମାନଙ୍କୁ ଟଙ୍କା ଦେବାକୁ ମମତା ଡାକିଥିଲା ବେଳେ ସେମାନେ ପହଞ୍ଚିଥଲେ। ଆଉ କ୍ରାଇମବ୍ରାଞ୍ଚ ସିଆଇଡି ସେମାନଙ୍କୁ ମାଡ଼ିବସିଥିଲା। ସେମାନଙ୍କଠୁ ମୋବାଇଲ ଫୋନ ଓ ଇଲେକଟ୍ରୋନିକ୍ସ ଗେଜେଟ୍ ସିଜ କରିଛି ପୁଲିସ। ଏହା ସହ ଠକେଇ ଟଙ୍କାରେ ଭୁବନେଶ୍ୱର ଓ ଝାଡ଼ଖଣ୍ଡରେ ଜମି, ଗାଡ଼ି ଓ ସୁନା ଗହଣା କିଣିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉଭୟଙ୍କୁ ଗିରଫ କରି ଏହାର ତଦନ୍ତ ଜାରି ରଖିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *