ଜାତୀୟ ସଙ୍ଗୀତକୁ ନେଇ ତାମିଲନାଡ଼ୁ ରାଜ୍ୟପାଳ ଖପ୍ପା। ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅପମାନ ପ୍ରତିବାଦରେ କ୍ଷୋଭ ଝାଡ଼ି ଚାଲିଗଲେ ରାଜ୍ୟପାଳ ଆରଏନ ରବି। ବିଧାନସଭାରେ ରଖିଲେନି ନିଜର ଅଭିଭାଷଣ। ବିଧାନସଭା ଅଧିବେଶନର ଆଜି ଥିଲା ପ୍ରଥମ ଦିନ। ନିୟମ ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବା କଥା। କିନ୍ତୁ ଆରମ୍ଭରୁ ତାମିଲନାଡୁର ରାଜ୍ୟ ସଙ୍ଗୀତ ତାମିଲ ଥାଇ ବଜଥୁ ଗାନ କରାଯାଇଥିଲା। ଏହା ପରେ ଜାତୀୟ ସଙ୍ଗୀତ ଲାଗି ଦାବି କରିଥିଲେ ରାଜ୍ୟପାଳ। କିନ୍ତୁ ସରକାର ଶୁଣିନଥିଲେ। ଏଥିରେ ଖପ୍ପା ରାଜ୍ୟପାଳ ଅଭିଭାଷଣ ନରଖି ବିଧାନସଭାରୁ ଚାଲିଗଲେ। ଏ ବିବାଦକୁ ନେଇ ରାଜଭବନରୁ ବୟାନ ଜାରି କରି କୁହାଯାଇଛି ଯେ, ଭାରତର ସମ୍ୱିଧାନ ଓ ଜାତୀୟ ସଙ୍ଗୀତକୁ ତାମିଲନାଡ଼ୁ ବିଧାନସଭାରେ ପୁଣି ଥରେ ଅପମାନିତ କରାଗଲା। ସମସ୍ତ ରାଜ୍ୟ ବିଧାନସଭା ଅଧିବେଶନର ଆରମ୍ଭ ଓ ସମାପନ ରାଷ୍ଟ୍ରୀୟ ଗାନରେ ହିଁ ହୁଏ। ରାଜ୍ୟପାଳ ଜାତୀୟ ସଙ୍ଗୀନ ଗାନ କରିବାକୁ ଅପିଲ୍ କରିଥିଲେ ସୁଦ୍ଧା ତାଙ୍କ କଥାକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଓ ବାଚସ୍ପତି ଖାରଜ କରିଦେଇଥିଲେ। ଏହା ଗମ୍ଭୀର ଚିନ୍ତାର ବିଷୟ। ଏଥିରେ ବ୍ୟଥିତ ରାଜ୍ୟପାଳ ସମ୍ୱିଧାନ ଓ ଜାତୀୟ ସଙ୍ଗୀତର ଅପମାନର ଅଂଶୀଦାର ନ ସାଜି କ୍ଷୋଭ ଝାଡ଼ି ବିଧାନସଭା ଛାଡ଼ିକି ଚାଲିଗଲେ।
ଗଲା ଥର ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ପୁସ୍ତିକାର କିଛି ଲାଇନ ଛାଡ଼ି ପଢ଼ିଥିଲେ ରାଜ୍ୟପାଳ। ଯାହାକୁ ନେଇ ବେଶ୍ ବିବାଦ ତେଜିଥିଲା। ରାଜ୍ୟପାଳ ଏଭଳି ଅଧିବେଶନ ଛାଡ଼ି ଚାଲିଯିବାକୁ ନେଇ ଶାସକ ଡିଏମକେ ଓ କଂଗ୍ରେସ ନେତା ଘୋର୍ ଆପତ୍ତି ଜାହିର୍ କରିଛନ୍ତି। ରାଜ୍ୟପାଳଙ୍କ ଏଭଳି ଆଚରଣ ତାମିଲନାଡୁବାସୀ ଓ ପୁଲିସ ବିରୁଦ୍ଧରେ। ରାଜ୍ୟପାଳ ବିଧାନସଭାର କୌଣସି ପ୍ରସ୍ତାବ ସ୍ୱୀକାର କରନ୍ତିନି। ରାଜ୍ୟପାଳ ବିଧାନସଭାରୁ ଚାଲିଯିବା ମାତ୍ରେ ବିରୋଧୀ ଦଳ ଆନ୍ନା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଏଆଇଏଡିଏମକେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଥିଲା। ଆନ୍ଦୋଳନକାରୀ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ମାର୍ସାଲଙ୍କୁ ନିର୍ଦେଶ ଦେଇଥିଲେ ବାଚସ୍ପତି। ପିଏମକେ ଓ ବିଜେପି ବି ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ କକ୍ଷତ୍ୟାଗ କରିଥିଲେ। ତାମିଲନାଡ଼ୁ ସରକାର ଓ ରାଜ୍ୟପାଳଙ୍କ ଭିତରେ ତିକ୍ତତା ଜାରି ରହିଛି। ଏପରିକି କଥା ଯାଇ ସୁପ୍ରିମକୋର୍ଟ ଯାଏ ପହଞ୍ଚିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now