କଂଗ୍ରେସ ସରକାର ବୃଦ୍ଧି  କଲେ  ଭାଟ୍‌, ହିମାଚଳ ପ୍ରଦେଶରେ ମହଙ୍ଗା ହେଲା ଡିଜେଲ

Spread the love

ଶିମଲା : ହିମାଚଳ ପ୍ରଦେଶରେ ଡିଜେଲ ଦର ବୃଦ୍ଧି ପାଇଛି । କଂଗ୍ରେସ ନେତୃତ୍ୱାଧୀନ ସୁଖବିନ୍ଦର ସିଂହ ସୁଖୁ ସରକାର ଡିଜେଲ ଉପରେ  ମୁଲ୍ୟ ବୃଦ୍ଧିତ କର  ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛନ୍ତି ।

ରାଜ୍ୟ ସରକାର ଡିଜେଲ ଉପରେ ଭାଟ୍ ସଂଶୋଧନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ପରେ ମଧ୍ୟରାତ୍ରିରୁ ଭାଟ୍ ବୃଦ୍ଧି ଲାଗୁ ହୋଇଛି ।  ବିଜ୍ଞପ୍ତି ଅନୁଯାୟୀ ଡିଜେଲ ଉପରେ ସରକାର ଭ୍ୟାଟ୍ ୯.୯୬ ପ୍ରତିଶତରୁ ଲିଟର ପିଛା ୧୩.୯ କୁ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଡିଜେଲ ଉପରେ ଭ୍ୟାଟ୍‌, ଯାହା ପୂର୍ବରୁ ଲିଟର ପିଛା ୭.୪୦ ଟଙ୍କା ଥିଲା, ବର୍ତ୍ତମାନ ଲିଟର ପିଛା ୧୦.୪୦ ଟଙ୍କା ହୋଇଛି । ଏହି କାରଣରୁ ରାଜ୍ୟରେ ଲିଟର ପିଛା ଡିଜେଲ ମୂଲ୍ୟ ବର୍ତ୍ତମାନର ୮୬ ରୁ ୮୯ ଟଙ୍କାକୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *