ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂ ଖଚାରିଓ୍ୱାସଙ୍କ ଘରେ ଇଡି ରେଡ୍ କରିଛି। ୪୮ ହଜାର କୋଟି ଟଙ୍କାର ଘୋଟାଲାକୁ ନେଇ ଇଡି ରେଡ୍ କରୁଛି। ପ୍ରତାପ କହିଛନ୍ତି, ତଦନ୍ତକୁ ସାମ୍ନା କରିବାକୁ ସେ ପ୍ରସ୍ତୁତ। ତଦନ୍ତରେ ସେ ସହଯୋଗ କରିବେ। ସେ ଭୟଭୀତ ନୁହଁନ୍ତି। କିନ୍ତୁ ବିଜେପି ସରକାର ଯେଭଳି ଇଡିକୁ ଲଗାଇ ବିରୋଧୀଙ୍କୁ ଭୟଭୀତ କରିବାକୁ ଚାହୁଁଛି, ସେଥିରେ କୌଣସି ଫରକ୍ ପଡ଼ିବନି। ତାଙ୍କୁ କି ତାଙ୍କ ପରିବାରକୁ କୌଣସି ନୋଟିସ୍ ନ ଦେଇ ଅଚାନକ ରେଡ୍ କରୁଛି ବୋଲି କହିଛନ୍ତି ପ୍ରତାପ। କେବଳ ସର୍ଚ୍ଚ ନୋଟିସ୍ ଧରି ଚଢ଼ାଉ କରୁଛି। ଏହା ବେଆଇନ। ଇଡି ତାଙ୍କୁ ନୋଟିସ ଦେଇଥାଆନ୍ତା। ନୋଟିସର ଉତ୍ତର ଦେବାକୁ ସେ ପ୍ରସ୍ତୁତ। ଇଡିର କୌଣସି ମାମଲା ତାଙ୍କ ବିରୁଦ୍ଧରେ ନାହିଁ। କୁହାଯାଉଛି ଚିଟଫଣ୍ଡ ମାମଲାରେ ପ୍ରତାପ ସିଂଙ୍କ ସଂପୃକ୍ତି ନେଇ ରେଡ୍ ହୋଇଛି ବୋଲି କୁହାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now