ତୁଟିଲା ଟ୍ରମ୍ପ- ମସ୍କ ଯୋଡ଼ି!

ତୁଟିଲା ଟ୍ରମ୍ପ-ମସ୍କ ଯୋଡ଼ି। ଆମେରିକା ସରକାରରେ ମସ୍କ୍ “ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (DOGE)” ନାମକ ବିଭାଗର ଅଧ୍ୟକ୍ଷ ଭାବରେ ବିଶେଷ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ସେ ଆଜି ଏହି ପଦବୀରୁ ପଦତ୍ୟାଗ କରିବା କଥା ଘୋଷଣା କରିଛନ୍ତି। ମସ୍କ୍ କହିଛନ୍ତି ଯେ ସେ ତାଙ୍କର ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକାଳ ସମାପ୍ତ କରିଛନ୍ତି ଓ ଟ୍ରମ୍ପଙ୍କୁ ଏହି ଅବସର ଦେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ପଦତ୍ୟାଗ ପଛରେ ନୂତନ ବ୍ୟୟ ବିଲ୍ ଉପରେ ସାର୍ବଜନୀନ ଆଲୋଚନାକୁ ନେଇ ହୋଇଥିବା କୁହାଯାଉଛି। ଆକଳନ କରାଯାଉଥିଲା କି, ଡିଓଜିଇର କାମ ଦେଖିବା କାରଣରୁ ସେ ନିଜ କାରବାର ଉପରେ ଫୋକସ କରିପାରୁନଥିଲେ। ତେବେ ଏହି ନିଷ୍ପତ୍ତ ମସ୍କ ଏତିକିବେଳେ ନେଇଛନ୍ତି। ଯେତେବେଳେ ଓ୍ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ କୁ ନେଇ ମସ୍କ ଖପ୍ପା ଥିଲେ। ମସ୍କ ଏହି ବିଲକୁ ନେଇ କହିଥିଲେ ଯେ, ଏହି ବିଲ୍ ଅଧିକ ବଡ଼ ନଚେତ ଅଧିକ ଭଲ ହୋଇପାରନ୍ତା। କିନ୍ତୁ ଏକା ସାଙ୍ଗରେ ଏ ଦୁଇଟା ହୋଇପାରିବନି। ହ୍ୱାଇଟ ହାଉସ ବି ସ୍ପଷ୍ଚ କରିଦେଇଛି, ମସ୍କ ଆମେରିକା ସରକାରଙ୍କ ଏହି ପଦରୁ ଇସ୍ତଫା ଦେଇଛନ୍ତି। ମସ୍କ ୧୩୦ ଦିନ ଯାଏଁ ଆମେରିକା ସରକାରରେ ବିଶେଷ କର୍ମଚାରୀ ଭାବେ କାମ କରିଛନ୍ତି। ଏମିତିରେ ଏଲନ ମସ୍କଙ୍କ ଟେସଲାର ବିକ୍ରି ଲଗାତାର ହ୍ରାସ ପାଇବାରେ ଲାଗିଛି। ଟେସଲାର ସେୟାରରେ ବି ଏହାର ପ୍ରଭାବ ପଡ଼ୁଥିବାରୁ ନିବେଶକଙ୍କୁ ଝଟକା ଲାଗୁୁଛି। ଏହାକୁ ଦେଖି ନିବେଶକମାନେ ବି ମସ୍କଙ୍କ ଇସ୍ତଫା ବି ଦାବି କରିଥିଲେ। ମସ୍କଙ୍କ ଟେସଲା କମ୍ପାନୀକୁ ବି ଆମେରିକାରେ ଜୋରଦାର ବହିଷ୍କାର ଜାରି ରହିଛି। ଏହାର ପ୍ରଭାବ କାର ବିକ୍ରିରୁ ନେଇ ସେୟାର ବଜାରରେ ଦେଖିବାକୁ ମିଳିଛି। ମସ୍କ ଏହାକୁ ନେଇ ଆଗରୁ ବି କହିଥିଲେ ଯେ, ଏହାକୁ ସେ ବହୁ ଅସୁବିଧାରେ ମ୍ୟାନେଜ୍ କରିପାରୁଛନ୍ତି।ପୂର୍ବରୁ ମସ୍କ୍ ଟ୍ୱିଟର (ବର୍ତ୍ତମାନ X) CEO ପଦରୁ ମଧ୍ୟ ପଦତ୍ୟାଗ କରିବାର କଥା କହିଥିଲେ ଓ ମେ ୨୦୨୩ ରେ ଲିନ୍ଡା ଯାକାରିନୋଙ୍କୁ ଏହି ପଦବୀ ପାଇଁ ନିଯୁକ୍ତ କରିଥିଲେ। ଏବେ ସେ ତାଙ୍କ ବ୍ୟବସାୟିକ କାର୍ଯ୍ୟକଳାପ—ଟେସଲା ଓ ସ୍ପେସ୍‌ଏକ୍ସ—ପ୍ରତି ଆଉ ଥରେ ଆଗ୍ରହ ଦେଖାଇଛନ୍ତି। ଟେସଲାର ଲାଭ ୭୧% କମିଥିବା ଜଣାପଡ଼ିଛି, ଯାହାକୁ କେତେକ ମସ୍କଙ୍କ ରାଜନୈତିକ ସଂପୃକ୍ତି ସହ ଯୋଡ଼ୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *