ପ୍ରତ୍ୟାହାର ହେଲା ଆୟକର ବିଲ୍। ଲୋକସଭାରୁ ଇନକମ୍ ଟିକସ ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେଲେ ସରକାର। ଏହି ବିଲ୍ ଫେବୃଆରୀ ୨୦୨୫ରେ ସଂସଦରେ ଆଗତ ହୋଇଥିଲା। ଏହା ପରେ ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସୁପାରିଶକୁ ସରକାର ଗ୍ରହଣ କରିନେଇଛନ୍ତି। ଏବେ ଅଗଷ୍ଟ ୧୧ରେ ଲୋକସଭାରେ ନୂଆ ବିଲ୍ ଆଗତ ହେବ। ନୂଆ ବିଲରେ ଅନାବଶକୀୟ ପ୍ରାବଧାନକୁ ହଟାଇ ଦିଆଯିବା ଜରୁରୀ ଥିଲା। ଏହା ସହ ବିଲ୍ ର ଭାଷା ସରଳ କରାଯାଇଛି। ଭାଷା ସମ୍ୱନ୍ଧୀୟ କିଛି ତୃଟିକୁ ଠିକ୍ କରାଯାଇଛି। ତେବେ ନୂଆ ବିଲରେ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହେବନି ବୋଲି ପ୍ରସ୍ତାବ ଦେଇଛି ସିଲେକ୍ଟ କମିଟି। ନୂଆ ବିଲ ଆଣିବାର ଉଦେଶ୍ୟ ହେଉଛି ଯେ, କେବଳ ଭାଷା ସମ୍ୱନ୍ଧୀୟ ତୃଟିକୁ ସୁଧାରିବା ଓ ଜଟିଳ ଶବ୍ଦାବଳୀ ବଦଳରେ ସରଳ ଶବ୍ଦର ବ୍ୟବହାର କରିବା। ଏହି ବିଲ୍ ୬ ଦଶକର ପୁରୁଣା ଆୟକର ଅଧିନିୟମ ୧୯୬୧ ସ୍ଥାନରେ ଅଣାଯାଇଥିଲା। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିକୁ ଏହି ବିଲ୍ ର ଅନୁଧ୍ୟାନ ଲାଗି ପଠାଯାଇଥିଲା। ସିଲେକ୍ଟ କମିଟି କିଛି ନୂଆ ପ୍ରସ୍ତାବକୁ ସାମିଲ୍ କରିବାକୁ କରିଥିବା ସୁପାରିଶକୁ କ୍ୟାବିନେଟ୍ ଗ୍ରହଣ କରିଛି। ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ବିଲ୍ ପ୍ରତ୍ୟାହୃତ ହେଲା ବୋଲି ଅବଗତ କରାଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now