ବିଏସପି ବିଧାୟକଙ୍କ ଘରେ ଆଇଟି ରେଡ୍- ବିଧାୟକଙ୍କ ସମର୍ଥନରେ ଯୋଗୀଙ୍କ ମନ୍ତ୍ରୀ

ବହୁଜନ ସମାଜ ପାର୍ଟି ବିଧାୟକ ଉମାଶଙ୍କରଙ୍କ ଘରେ ଆଇଟି ରେଡ୍। ଉମାଶଙ୍କର ବଲିୟାର ରସଡ଼ା ବିଧାନସଭା କ୍ଷେତ୍ରରୁ ବିଏସପିର ଏକମାତ୍ର ବିଧାୟକ। ତାଙ୍କର ଅଚଳାଚଳ ସମ୍ପତ୍ତି। ତାଙ୍କ ପତ୍ନୀ ତାଙ୍କଠୁ ବି ଧନୀ। ସେ ୨୦୧୨ରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢି ଜିତିଥିଲେ। ୨୦୧୭ରେ ବି ବିଜେପି ଲହର ସତ୍ତ୍ୱେ ସେ ଜିତିଥିଲେ। ଲୋକାୟୁକ୍ତରେ ଦୁର୍ନୀତିର ଅଭିଯୋଗ କ୍ରମେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୫ରେ ଉମାଶଙ୍କରଙ୍କ ବିଧାନସଭା ସଦସ୍ୟତା ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ସେ ହାଇକୋର୍ଟ ଯାଇଥିଲେ। ୨୦୧୭ ଜାନୁଆରୀ ୧୪ରେ ତାଙ୍କର ବିଧାୟକ ପଦ ଚାଲିଯାଇଥିଲା। ବିଏସପି ବିଧାୟକ ଉମାଶଙ୍କରଙ୍କ ସମର୍ଥନରେ ବାହାରିଛନ୍ତି ଯୋଗୀ ସରକାରଙ୍କ ମନ୍ତ୍ରୀ ଦିନେଶ ପ୍ରତାପ ସିଂ। ଦିନେଶ କହିଛନ୍ତି, ଉମାଶଙ୍କର ଦୁଇ ବର୍ଷ ହେଲା ଜୀବନମରଣ ସହ ଜୁଝୁଛନ୍ତି। ଏତିକି ବେଳେ ତାଙ୍କ ଘରେ ରେଡ୍ ଦୁର୍ଭାଗ୍ୟଜନକ। ଏହି ସମୟରେ ଉମାଶଙ୍କରଙ୍କ ଘରକୁ ନର୍ସ ବା ଡାକ୍ତରଙ୍କୁ ବି ଯିବାକୁ ଅନୁମତି ଦିଆଯାଉନି। କ୍ୟାନସର ପୀଡ଼ିତ ଉମାଶଙ୍କରଙ୍କ କିଛି ହୋଇଗଲେ ସମ୍ୱେଦନହୀନ ଆୟକର ବିଭାଗ ଦାୟୀ ରହିବ ବୋଲି କହିଛନ୍ତି ଦିନେଶ ସିଂ। ଏଭଳି ଗମ୍ଭୀର ସ୍ୱାସ୍ଥ୍ୟବସ୍ଥାରେ ପଡ଼ିଥିବା ବଡ଼ ଅପରାଧୀଙ୍କୁ ବି କୋର୍ଟ ଦୟାର ଆଧାରରେ ଦୋଷ ମୁକ୍ତ କରିଥାଆନ୍ତି। ସେଥିଲାଗି ଏଭଳି ସଂସ୍ଥାକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଦିନେଶ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *