ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ବେଳେ ମିଳିଥିବା ବିପୁଳ ନଗଦ ରାଶି ସମ୍ପର୍କିତ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦିଆଯାଇଛି। ୩ ଜଣିଆ ଆଭ୍ୟନ୍ତରୀଣ ବିଚାରପତି କମିଟି ଏହାର ରିପୋର୍ଚ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଦେଇଛନ୍ତି। ୩ ଜଣିଆ କମିଟିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସିଲ୍ ନାଗୁ, ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜି.ଏସ. ସନ୍ଧଓ୍ୱାଲିଆ ଏବଂ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍ ଅନୁ ଶିବରାମନ ଅଛନ୍ତି। ଏହି ୩ ଜଣିଆ କମିଟିକୁ ତଦନ୍ତ ଭାର ଦିଆଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now