୩୯ ଟଙ୍କା ଲଗାଇଥିଲେ। ଏବେ ୪ କୋଟିର ମାଲିକ। ଡ୍ରିମ୍ ଇଲେଭେନ୍ ଖେଳି ୟୁପିର ମଙ୍ଗଳ ସରୋଜଙ୍କ ଭାଗ୍ୟ ଫିଟିଗଲା। କୌଶମ୍ୱି ଜିଲ୍ଲାର ମଙ୍ଗଲ ଡ୍ରିମ୍ ଇଲେଭନରେ ବାଜି ମାରିନେଇଛନ୍ତି ମଙ୍ଗଳ। ମଙ୍ଗଳଙ୍କ ପିତା ସୁଖଲାଲ ଜଣେ ଭାଗ ଚାଷୀ। ପିରବାରର ୮ ଜଣଙ୍କ ଦାୟିତ୍ୱ ସୁଖଲାଲଙ୍କ ମୁଣ୍ଡ କାନ୍ଧରେ। ମଙ୍ଗଳ ମାର୍ଚ୍ଚରୁ ଡ୍ରିମ୍ ଇଲେଭେନରେ ଖେଳିବା ଆରମ୍ଭ କରିଥିଲେ। ସେ ଏପର୍ଯ୍ୟନ୍ତ ୭୭ ଥର ଖେଳିସାରିଥିଲେ। ୭୮ ଥର ଖେଳିବା ବେଳେ ଭାଗ୍ୟ ଫିଟିଗଲା। ଏପ୍ରିଲ ୨୯ରେ ୩୯ ଟଙ୍କା ଲଗାଇ ଗେମ୍ ଖେଳିବା ବେଳେ ୪ କୋଟି ଟଙ୍କା ଜିତି ଇତିହାସ ରଚିଦେଲେ। ପ୍ରତି ଗେମ୍ ହାରୁଥିଲେ ମଙ୍ଗଳ। ଏପ୍ରିଲ ୩୦ରେ ଚେନ୍ନାଇ ଓ ପଞ୍ଜାବ ଭିତରେ ପ୍ରତିଯୋଗିତା ଚାଲିଥିଲା। ସେତେବେଳେ ତାଙ୍କ ଖାତାରେ ମାତ୍ର ୩୯ ଟଙ୍କା ଥିଲା। ତଥାପି ହାର୍ ମାନିନଥିଲେ ମଙ୍ଗଳ। ଆଉ ଲଗାତାର ଜିତ୍ ଲାଗି ପ୍ରୟାସ କରିଥିଲେ। ଆଉ ଶେଷରେ ଜିତାପଟ୍ଟ ମାରିନେଲେ। ଏ ଟଙ୍କାରେ ସେ ଭଲ ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now