ଟ୍ରମ୍ପଙ୍କ ଟାରିଫ୍ ଟାର୍ଗେଟ- ସଂସଦରେ ବୟାନ ରଖିଲେ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ

ଟ୍ରମ୍ପଙ୍କ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ ନିଷ୍ପତ୍ତିକୁ ନେଇ ସଂସଦରେ ବୟାନ ରଖିଛନ୍ତି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ। ଗୋଏଲ ଭାରତର ତାକତର କଥା କହି କହିଛନ୍ତି ଯେ, ବୈଶ୍ୱିକ ବିକାଶରେ ଭାରତର ଯୋଗଦାନ ୧୬ ପ୍ରତିଶତ ଅଛଚି। ଆଉ ଭାରତର ଅର୍ଥନୀତିକ ଲାଭ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ଓ ଭାରତ ଭିତରେ ଚାରି ପର୍ଯ୍ୟାୟରେ ବୈଠକ ହୋଇଛି। ଦୁଇ ପକ୍ଷ ଭିତରେ ବୁଝାମଣା ସକାଶେ ଏହି ବୈଠକ ବସିଥିଲା। ଭର୍ଚ୍ଚୁଆଲ ବୈଠକ ବି ହୋଇଥିଲା ଆଉ ଏ ସନ୍ଦର୍ଭରେ କଥାବାର୍ତ୍ତା ଜାରି ରହିଛି। ୟୁଏଇ, ବ୍ରିଟେନ, ଅଷ୍ଟ୍ରେଲିଆ ସହ ବି ବେପାର ବୁଝାମଣା ହୋଇଛି ଓ ଭାରତ ଆତ୍ମନିର୍ଭରତା ଆଗକୁ ବଢ଼ିଚାଲିଛି। ଭାରତ ଆତ୍ମବିଶ୍ୱାସର ସହ ବଢ଼ୁଛି ଓ ସରକାର ରାଷ୍ଟ୍ର ହିତକୁ ନେଇ ପ୍ରତିବଦ୍ଧ ଅଟନ୍ତି। ଗୋଟିଏ ଦଶକରୁ କମ୍ ସମୟ ଭିତରେ ୫ଟି ଦୁର୍ବଳ ଅର୍ଥବ୍ୟବସ୍ଥାରୁ ବାହାରି ଭାରତ ପ୍ରମୁଖ ଅର୍ଥବ୍ୟବସ୍ଥା ହୋଇସାରିଛି। ଦୁନିଆର ସର୍ବବୃହତ ୫ଟି ଅର୍ଥନୈତିକ ରାଷ୍ଟ୍ର ତାଲିକାରେ ଭାରତ ରହିଛି। ଆଉ କିଛି ଦିନ ପରେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତିକ ରାଷ୍ଟ୍ରରେ ପରିଣତ ହୋଇଯିବ। ଏପ୍ରିଲ ୨, ୨୦୨୫ରେ ଆମେରିକା ରାଷ୍ଟ୍ରପତି ରେସିପ୍ରୋକାଲ ଟାରିଫ ଉପରେ ଏକ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ। ଏପ୍ରିଲ ୫ରେ ୧୦ ପ୍ରତିଶତ ବେସଲାଇନ ଶୁଳ୍କ ପ୍ରଭାବୀ ହେଲା। ୧୦ ପ୍ରତିଶତ ବେସଲାଇନ୍ ଟାରିଫ୍ ସହ ଭାରତ ପାଇଁ ମୋଟ୍ ୨୬ ପ୍ରତିଶତ ଟାରିଫ ଘୋଷା କରାଗଲା। ଅତିରିକ୍ତ ଟାରିଫ୍ ଏପ୍ରିଲ ୯ରେ ଲାଗୁ ହେବାର ଥିଲା। କିନ୍ତୁ ଏପ୍ରିଲ ୧୦ରେ ଏହାକୁ ୯୦ ଦିନ ଲାଗି ବଢ଼ାଯାଇଥିଲା ଓ ଏବେ ପୁଣି ଅଗଷ୍ଟ ପହିଲା ଯାଏଁ ବୃଦ୍ଧି କରାଯାଇଛି। ଆମେରିକା ଟାରିଫକୁ ସରକାର ଗମ୍ଭୀରତାର ସହ ସମୀକ୍ଷା କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *