ଓମ୍‌ଫେଡ୍ ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ

Spread the love

ଭୁବନେଶ୍ୱର – ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନର ବିଶେଷ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାର ଦୁଟ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ୍ ଟନ୍‌ରୁ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ଅଧିକ ବୃଦ୍ଧି ଘଟାଇ ମୁଣ୍ଡପିଛା ହାରାହାରି ଦୁଗ୍ଧ ଉପଲବ୍ଧତା ବଢ଼ାଇବା ଦିଗରେ ଓମ୍‌ଫେଡ୍ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ମଙ୍ଗଳବାର କୃଷି ଭବନଠାରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ ‘ଓମ୍‌ଫେଡ’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଦୁଗ୍ଧଚାଷୀ ସଦସ୍ୟ ସଂଖ୍ୟା ବୃଦ୍ଧି କରି ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହିତ ଜନସାଧାରଣଙ୍କ ନିମନ୍ତେ ପୁଷ୍ଟିକର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ବୃଦ୍ଧି ଦିଗରେ ଓମ୍‌ଫେଡ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ । ସମବାୟ ସମିତି ଗଠନ ମାଧ୍ୟମରେ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଓମ୍‌ଫେଡ୍ ର ସଦସ୍ୟଭୁକ୍ତ କରିବା ସହିତ ସେମାନଙ୍କୁ ରୋଜଗାର ବୃଦ୍ଧି ଦିଗରେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସେ କହିଥିଲେ । ଏଥି ସହିତ ଦୁଟ ପ୍ରକ୍ରିୟାକରଣ ପ୍ଲାଂଟ ନିମନ୍ତେ ଦୁଟଚାଷୀମାନଙ୍କଠାରୁ ଅଧିକ ଦୁଟ ସଂଗ୍ରହ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ରାଜ୍ୟ ସରକାରଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋପାଳକମାନେ ବିଶେଷ ଭାବରେ ଉପକୃତ ହେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଚାଷୀମାନଙ୍କର କଲ୍ୟାଣ ଦିଗରେ ଓମ୍‌ଫେଡ୍ ର ପ୍ରତିବଦ୍ଧତା ରହିଥିବାବେଳେ ସେମାନଙ୍କର ଆର୍ôଥକ ବିକାଶ ଦିଗରେ ଓମ୍‌ଫେଡ୍ କୁ ଅଧିକ କ୍ରିୟାଶୀଳ ହେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

ବୈଠକରେ ମିଲ୍କ ୟୁନିୟନ୍ ଗୁଡ଼ିକର ସଭାପତିମାନେ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ଦେଇଥିବାବେଳେ ଓମ୍‌ଫେଡ୍ ପକ୍ଷରୁ ସେଗୁଡ଼ିକ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଦୁଗ୍ଧ ଚାଷୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ରାଜ୍ୟର ଦୁଗ୍ଧ ସମବାୟ ସମିତିର କାର୍ଯ୍ୟଧାରାର ଏକ ତୁଳନାତ୍ମକ ବିଶ୍ଳେଷଣ କରି ଓଡ଼ିଶା ନିମନ୍ତେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓମ୍‌ଫେଡ୍ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଓମ୍‌ଫେଡ୍ ପକ୍ଷରୁ ପ୍ରକାଶିତ ପୁସ୍ତିକା ‘ପ୍ରାଣୀପାଳନ ସହାୟିକା’ର ଶୁଭ ଉନ୍ମୋଚନ ହୋଇଥିଲା ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓମ୍‌ଫେଡ୍ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍‌ଫେଡ୍ ର ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନାଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ,  ମିଲ୍କ ୟୁନିୟନ୍ ର ସଭାପତି ଓ ସଦସ୍ୟସଦସ୍ୟମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *