ସିଲିକନ ଗ୍ରୁପ ଓଡିଶାରେ ଏକ ହଜାର କୋଟି ଟଙ୍କାର କରିବ ନିବେଶ

Spread the love

ଭୁବନେଶ୍ୱର : ଆମେରିକାର ସିଲିକନ ପାୱାର କମ୍ପାନୀ ଓଡିଶାରେ ୧୫୦ ଏମଏମ ସିଲିକନ କାର୍ବାଇଡ ମ୍ୟାନୁଫେକ୍ଚରିଂ ଫେସିଲିଟି ଖୋଲିବ । ଏହି ପ୍ରକଳ୍ପରେ କମ୍ପାନୀ ୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏହି ଗ୍ରୁପର ଭାରତୀୟ ସବସିଡାରୀ କମ୍ପାନୀ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଦ୍ୱାରା ଏହି ପୁଞ୍ଜି ବିନିଯୋଗ କରାଯିବ। ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷିତ କରିବାକୁ ଆମେରିକା ଯାଇଥିବା ଓଡିଶାର ପ୍ରତିନିଧି ଦଳକୁ ଗ୍ରୁପର ପ୍ରମୋଟର ଡ. ହର୍ଷଦ ମେହେତା ଏ ସମ୍ପର୍କିତ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଡ.ମେହତାଙ୍କ ନେତୃତ୍ୱରେ କମ୍ପାନୀର ଏକ ଟିମ ଆଗାମୀ ଏକ ମାସ ମଧ୍ୟରେ ଓଡିଶା ଗସ୍ତ କରିବ। ଆଗାମୀ ୧୮ରୁ ୨୪ ମାସ ମଧ୍ୟରେ କମ୍ପାନୀ ଓଡିଶାରେ ତାର କାର୍ଯ୍ୟ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *