ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଅପହରଣ ଓ ଆତ୍ମହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ବାନ୍ଧିଛି। ସମସ୍ତ ଅଭିଯୁକ୍ତ ଗଜପତି ଜିଲ୍ଲାର। ଅପହରଣ କରିବା ସହ ବିଦ୍ୟାଧରଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିଲେ ଏମାନେ। ଚାକିରୀ ଦେବାକୁ କହି ଏମାନଙ୍କଠୁ ଟଙ୍କା ଓ ଡକ୍ୟୁମେଣ୍ଟ ନିଆଯାଇଥିଲା। କିନ୍ତୁ ଚାକିରୀ ନ ହେବାରୁ ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ଲାଗି ବିଦ୍ୟାଧରକୁ କହୁଥିଲେ। କିନ୍ତୁ ବିଦ୍ୟାଧର ଧରାଛୁଆଁ ଦେଉନଥିଲେ। ସେଥିଲାଗି ଯୋଜନାବଦ୍ଧ ଭାବେ ଗଲା ୧୬ ତାରିଖରେ ବିଦ୍ୟାଧରକୁ ଏମାନେ ଅପହରଣ କରିନେଇଥିଲେ। ବିଦ୍ୟାଧରଙ୍କ ବ୍ୟାଗରେ ଏହି ୪ ଜଣଙ୍କ ଡକ୍ୟୁମେଣ୍ଟ ନଥିଲା। ଅନ୍ୟମାନଙ୍କ ଡକ୍ୟୁମେଣ୍ଟ ଥିଲା। ଆଉ ଏମାନଙ୍କ ହେପାଜତରେ ଥିଲା ବେଳେ ଯାଜପୁରରେ ବିଦ୍ୟାଧର ଆତ୍ମହତ୍ୟା କରିଦେଇଥିଲେ। ଯାଜପୁରରେ ଆତ୍ମହତ୍ୟା କରିବା ପରେ ମୃତଦେହକୁ ଚନ୍ଦକା ଆଣି ଗଛରେ ଟାଙ୍ଗି ଦେଇଥିଲେ। ତେବେ ଏ ଘଟଣାରେ ଆଉ ବି କେତେକ ସାମିଲ ଅଛନ୍ତି। ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ସିପି। ବିଦ୍ୟାଧରଙ୍କ ପାଖରୁ ଅନେକ ଲୋକଙ୍କ ଡକ୍ୟୁମେଣ୍ଟ ଜବତ ହୋଇଛି। ସାଇଣ୍ଟିଫିକ୍ ଟିମ୍ ପୁରା ତନାଘନା କରିବା ସହ ସନ୍ଦେହ କରିଥିଲା। ଗଛରେ ବାନ୍ଧି ଝୁଲିବାର କୌଣସି ଚିହ୍ନ ନଥିଲା। ସେ ସକାଳ ୭ଟାରେ ହିଁ ଆତ୍ମହତ୍ୟା କରିସାରିଥିଲେ ବିଦ୍ୟାଧର। ଗଛରେ ଟାଙ୍ଗୁଥିଲା ବେଳେ ବଡଗଡ଼ ଥାନାକୁ ସୂଚନା ମିଳିଥିଲା। ଅଭିଯୁକ୍ତମାନେ ଚାଲାକି କରି ଆଉ ଜଣଙ୍କ ଫୋନରେ ବିଦ୍ୟାଧରଙ୍କ ପତ୍ନୀଙ୍କୁ ଫୋନ୍ କରି ୨ କୋଟି ଟଙ୍କା ମାଗିଥିଲେ। ଆଉ ଯାହାର ଫୋନରୁ ଫୋନ୍ କରିଥିଲେ, ତାଙ୍କ ଜରିଆରେ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚିଥିଲା। ସ୍କାନରରେ ଜ୍ୟୋତ୍ସାରାଣୀ ବି ଅଛନ୍ତି। ତେବେ ଚାକିରୀ କରାଇଦେବା ନାଁରେ ଦେଢ଼ କୋଟିରୁ ବେଶୀ ଟଙ୍କା ଆଦାୟ ହୋଇଥିଲା। ଗିରଫଦିଲ୍ଲୀପ ପାଖରୁ ୨୮ଲକ୍ଷ, ରମେଶଙ୍କଠୁ ୭୦ ଲକ୍ଷ ନେଇଥିଲା ରାକେଟ୍ ବୋଲି କହିଛନ୍ତି ଡିସିପି ଜଗମୋହନ ମିନା। ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରୀ କରାଇଦେବାକୁ କହି ଟଙ୍କା ଓ ଡକ୍ୟୁମେଣ୍ଟ କାହା ନିର୍ଦେଶରେ ବିଦ୍ୟାଧର କଲେକ୍ସନ କରୁଥିଲେ। ଏହାର ତଦନ୍ତ ଜାରି ରହିଛି। ଅପହରଣକାରୀ ୧୫ ତାରିଖରେ ପାରଳାଖେମୁଣ୍ଡିରୁ ଭୁବନେଶ୍ୱରକୁ ଟ୍ରେନ ଯୋଗେ ଆସିଥିଲେ। ଆଉ କିଛି ବାଲେଶ୍ୱର ଓ ଯାଜପୁରରୁ ଆସିଥିଲେ। ସଂଧ୍ୟା ୬ଟାରେ ଏମାନେ ଭଞ୍ଜକଳାମଣ୍ଡପରେ ବିଦ୍ୟାଧରକୁ ଭେଟି ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ଲାଗି କହିଥିଲେ। ଘଟଣାସ୍ଥଳରୁ ନିଜ ମାଲିକାଣୀ ଜ୍ୟୋତ୍ସାରାଣୀ ଖୁଣ୍ଟିଆଙ୍କୁ ଫୋନ୍ ଯୋଗେ ଏ କଥା ଜଣାଇଥିଲେ ବିଦ୍ୟାଧର। ଜ୍ୟୋତ୍ସା କୁଆଡ଼େ ଅଭିଯୁକ୍ତଙ୍କୁ ଧମକାଇଥିଲେ ଓ ଗାଳିଗୁଲଜ କରିଥିଲେ। ଜ୍ୟୋତ୍ସାରାଣୀ କେଉଁଠି ବୋଲି ଟ୍ରେସ୍ ହୋଇ ନପାରିବାରୁ ବିଦ୍ୟାଧରକୁ ଏମାନେ ଛାଡ଼ିନଥିଲେ। ଅଟକ ରଖିଥିଲେ। ୧୬ ତାରିଖ ଭୋର ୪ଟାରେ ସେମାନେ ବିଦ୍ୟାଧରକୁ ନେଇ ଯାଜପୁର ରୋଡରେ ପହଞ୍ଚିଥିଲେ। ଯେଉଁଠି ତପନର ଘର। ଯାହାଙ୍କ ଟଙ୍କା ଓ ଡକ୍ୟୁମେଣ୍ଟ ବିଦ୍ୟାଧର ପାଖରେ ଥିଲା। ୧୭ ତାରିଖରେ ଅଭିଯୁକ୍ତମାନେ ବିଦ୍ୟାଧରର ପତ୍ନୀକୁ ଫୋନ୍ କରି ବିଦ୍ୟାଧର କେମିତି ତାଙ୍କ ସହ ଠକାମୀ କରିଛି କହିବା ସହ ଟଙ୍କା ସହ ଡକ୍ୟୁମେଣ୍ଟ ଦାବି କରିଥିଲେ। ସେହି ଦିନ ତପନ ଓ ମୋହନ ସଂଧ୍ୟାରେ ଭୁବନେଶ୍ୱର ଆସି ବିଦ୍ୟାଧରଙ୍କ ପତ୍ନୀଙ୍କଠୁ ଏକ ବ୍ୟାଗ କଲେକ୍ଟ କରିଥିଲେ। କିନ୍ତୁ ବ୍ୟାଗରେ ସେମାନଙ୍କ ଡକ୍ୟୁମେଣ୍ଟ ନଥିଲା। ବିଦ୍ୟାଧରଙ୍କ ପତ୍ନୀ ଏନ ଦିଲ୍ଲୀପ କୁମାରଙ୍କ ଫୋନରେ କ୍ରମାଗତ ଅପହରଣକାରୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ବିଦ୍ୟାଧରକୁ ଛାଡ଼ିନଥିଲେ ଏମାନେ। ୧୯ ତାରିଖ ସକାଳ ୭ଟାରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଦେଲେ ବିଦ୍ୟାଧର। ତପନ, ମୋହନ ଓ ଦିଲ୍ଲୀପ ଶବକୁ ଓହ୍ଲାଇଥିଲେ। ଯାଜପୁର ରୋଡରେ ଥିବା ତପନର ଶ୍ୱଶୁର ବି ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ଶବକୁ ଠିକଣା ଲଗାଇବାକୁ ଯୋଜନା କରିଥିଲେ। ଏକ ସିଫ୍ଟ ଡିଜାୟାର ଗାଡ଼ିରେ ଶବକୁ ରାତିରେ ଭୁବନେଶ୍ୱର ନେଇ ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଗୋଟିଏ ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ଫେଲ୍ ମାରିବାରୁ ଶବକ ଲୁଚାଇ କାରକୁ ଲକ୍ କରିଥିଲେ ଆଉ ଚାବିକୁ ଶବ ପାଖରେ ଫିଙ୍ଗିଦେଇ ଫେରାର୍ ହୋଇଯାଇଥିଲେ। ଘଟଣାସ୍ଥଳରୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ୨୬ଟି ରବରଷ୍ଟାମ୍ପ, ଷ୍ଟାମ୍ପ ପ୍ୟାଡ୍, ଅନେକ ଚାକିରୀ ଆଶାୟୀଙ୍କ ଅରିଜିନାଲ ଏଜୁକେସନ ସାର୍ଟିଫିକେଟ, ମାରୁତି ସ୍ୱିଫ୍ଟ ଡିଜାୟାର, ଦୁଇଟି ମୋବାଇଲ ଫୋନ୍ ଜବତ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now