ଆରସିବିକୁ ୨୪ଲକ୍ଷ- ଏସଆରଏଚକୁ ୧୨ଲକ୍ଷ ଫାଇନ୍

ଟିମର ସ୍ଲୋ ଓଭର ପାଇଁ କ୍ୟାପଟେନଙ୍କୁ ଜରିମାନା। ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନଙ୍କୁ ଏହି ଫାଇନ୍ କରିଛି ବିସିସିଆଇ। ଆରସିବି କ୍ୟାପଟେନ୍ ରଜତ ପଟ୍ଟିଦାର ଓ ଏସଆରଏଚ କ୍ୟାପଟେନ ପାଟ କ୍ୟୁମିନ୍ସଙ୍କୁ ଏହି ଫାଇନ୍ କରିଛି ବିସିସିଆଇ। ଆଇପିଏଲ କୋଡ୍ ଅଫ କଣ୍ଟକ୍ଟ ଉଲ୍ଲଂଘନରୁ ଏଭଳି ଫାଇନ୍ ହୋଇଛି। ଅଧିନାୟକତ୍ୱ ନକରି ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳୁଥିବା ରଜତଙ୍କୁ ୨୪ଲକ୍ଷ ଟଙ୍କା ଫାଇନ୍ ହୋଇଛି। ଆଉ ବାକି ଖେଳାଳୀ ୬ଲକ୍ଷ ଟଙ୍କା ଦେବେ ନଚେତ ମ୍ୟାଚ ଫି ରୁ ୨୫ ପ୍ରତିଶତ ଅର୍ଥ କଟାହେବ। ଏସଆରଚଏଚ କ୍ୟାପଟେନ୍ ପ୍ୟାଟ୍ କ୍ୟୁମିନ୍ସଙ୍କୁ ୧୨ଲକ୍ଷ ଟଙ୍କା ଫାଇନ୍ କରାଯାଇଛି। ତାଙ୍କ ଟିମ୍ ବି ସ୍ଲୋ ଓଭର ରେଟ୍ ଲାଗି ଫାଇନ ଦଣ୍ଡ ଭୋଗିଛି। ଯେହେତୁ ଆଇପିଏଲ କୋଡ ଅଫ କଣ୍ଟକ୍ଟ ଅନୁସାରେ ଟିମର ଏହା ପ୍ରଥମ ଅପରାଧ ଥିଲା, ସେଥିଲାଗି ୧୨ଲକ୍ଷ ଟଙ୍କା ଜରିମାନା ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଶୁକ୍ରବାର ଆଇପିଏଲ ମ୍ୟାଚ୍ ଖେଳିଥିଲା ଆରସିବି। ବେଙ୍ଗାଲୁରୁ ୧୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦଠାରୁ ୪୨ ରନରେ ହାରିଥିଲା। ଏହି ହାରରୁ ଟପ୍-ଟୁ ପହଞ୍ଚିବାର ଆଶା ପାଣିଫୋଟକା ଭଳି ମିଳାଇଯାଇଛି। କାରଣ ପଏଣ୍ଟସ ଟେବୁଲ ଶୀର୍ଷ-୨ ସ୍ଥାନରେ ରହିବାକୁ ଆରସିବିକୁ ଏହି ହାରରୁ ବଡ଼ ଝଟକା ଲାଗିଛି। ଏମିତିରେ ଏହି ମ୍ୟାଚ୍ ହାର୍ ଜିତରେ ହାଇଦ୍ରାବାଦକୁ ଫରକ ପଡ଼ୁନଥିଲା। କାରଣ ଏହି ଟିମ୍ ପୂର୍ବରୁ ହିଁ ପ୍ଲେ-ଅଫରୁ ବାହାରି ସାରିଥିଲା। ଟିମର ପ୍ରଦର୍ଶନ ପ୍ରତି ମ୍ଯାଚରେ ଖରାପ ରହିଥିଲା। କିନ୍ତୁ ହାରିବା ପରେ ଆରସିବି କ୍ୟାପଟେନ୍ ଜିତେଶ ଶର୍ମାଙ୍କ ବୟାନ ବି ଚର୍ଚ୍ଚାକୁ ଆସିଛି। ଲକ୍ଷ୍ନୋରେ ଶୁକ୍ରବାର ମ୍ୟାଚ ପୂୃର୍ବରୁ ଆରସିବି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିଲା। ଦିନକ ଆଗରୁ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସର ହାର୍ ପରେ ବେଙ୍ଗାଲୁରୁ ଏହି ମ୍ଯାଚ୍ ଜିତିଥିଲେ ଶୀର୍ଷ ସ୍ଥାନ ଅଧିକାର କରିଥାଆନ୍ତା। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦରୁ ହାରିବା ପରେ ଏହି ଆଶା ସାକାର ହେଲାନି। ଏହି ହାର୍ ପରେ ପ୍ରଥମ ସ୍ଥାନରେ ପହଞ୍ଚିବା ତ ଦୂରର କଥା, ଆରସିବି ସିଧା ତୃତୀୟ ସ୍ଥାନକୁ ଚାଲିଯାଇଛି। ଏବେ ଆରସିବିକୁ ଟପ୍ -ଟୁ ରେ ପହଞ୍ଚିବା ଅଧିକ କାଠିକର। କିନ୍ତୁ ଏହି ମ୍ୟାଚରେ ଟିମ୍ କମାଣ୍ଡ ସମ୍ଭାଳିଥିବା ଓ୍ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କ ଏକ ବୟାନ ବୋବାଲ ସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ପରେ ବ୍ରଡକାଷ୍ଚରଙ୍କ ସହ କଥାବାର୍ତ୍ତା ବେଳେ ଜିତେଶ କହିଥିଲେ, ତାଙ୍କୁ ଲାଗୁଛି, ଏହି ମ୍ୟାଚ୍ ହାରିବା ଉଚିତ ଥିଲା। ଜିତେଶଙ୍କ ମୁହଁରୁ ଏକଥା ବାହାରିବା ମାତ୍ରେ ସୋସିଆଲ ମିଡିଆରେ ହଙ୍ଗାମା ହୋଇଛି। ଜିତେଶଙ୍କୁ ଟ୍ରୋଲ୍ କରାଯାଇଛି। ତେବେ ଜିତେଶଙ୍କ କହିବା କଥା ଥିଲା, କେବେ କେବେ କୌଣସି ମ୍ୟାଚ୍ ହାରିବା ବି ଉଚିତ୍ ହୋଇଥାଏ। କାରଣ ଏଥିରୁ ନିଜର ଦୁର୍ବଳତା ବାବଦରେ ଜାଣି ହୁଏ। ଲଗାତାର ମ୍ୟାଚ୍ ଜିତିଆସୁଥିଲା ଆରସିବି। ସେଥିଲାଗି ଏହି ହାର୍ ଠିକ୍ ଅଛି। ଆଗକୁ ଆସୁଥିବା ମ୍ଯାଚରେ ଅଧିକ ପଜିଟିଭ୍ କରିବାକୁ ଚେଷ୍ଟା କରିବ ଟିମ୍। ମେ ୨୭ରେ ନିଜର ଅନ୍ତିମ ମ୍ଯାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିରୁଦ୍ଧରେ ଖେଳିବ ଆରସିବି। ଆରସିବି ଏବେ ବି ପଏଣ୍ଟସ ଟେବୁଲର ପ୍ରଥମ ନଚେତ ଦ୍ୱିତୀୟ ସ୍ଥାନକୁ ଯାଇପାରିବ। କିନ୍ତୁ ଏଥିଲାଗି ପଞ୍ଜାବ କିଙ୍ଗସ, ଗୁଜରାଟ ଟାଇଟନ୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସକୁ ହରାଇବାକୁ ପଡ଼ିବ। କାରଣ ଏହି ତିନୋଟି ଟିମ୍‌ ନିଜ ଅନ୍ତିମ ମ୍ଯାଚ୍ ବେଙ୍ଗାଲୁରୁ ପୂର୍ବରୁ ଖେଳିନେବେ। ମେ ୨୭ ମ୍ଯାଚ୍ ପୂର୍ବରୁ ନିଷ୍ପତ୍ତି ହୋଇସାରିଥିବ, ବେଙ୍ଗାଲୁରୁ ଟପ୍ -ଟୁ ପହଞ୍ଚିପାରୁଛି କି ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *