ଯାତ୍ରୀଙ୍କୁ ଇଣ୍ଡିଗୋ ଦେବ ୧୦ହଜାର ଟଙ୍କା- ଜାଣନ୍ତୁ କିଏ କେମିତି ପାଇବେ

ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ସଙ୍କଟରେ ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି ଲକ୍ଷ ଲକ୍ଷ ଯାତ୍ରୀ। ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ସେମାନଙ୍କ ଟିକଟ ଟଙ୍କା ଫେରସ୍ତ ସହ ଏବେ ଅତିରିକ୍ତ କ୍ଷତିପୂରଣ ଦେବାକୁ ଘୋଷଣା କରିଛି ଇଣ୍ଡିଗୋ। ତେବେ ଏହି କ୍ଷତିପୂରଣ ସମସ୍ତ ଯାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ନୁହେଁ। ଇଣ୍ଡିଗୋ କହିଛି, ଡିସେମ୍ୱର ୩,୪ ଓ ୫ ତାରିଖରେ ଇଣ୍ଡିଗୋରେ ଯାତ୍ରା କରିବାକୁ ବାହାରିଥିବା ଯାତ୍ରୀ ଦୀର୍ଘ ସମୟ ଧରି ଏୟାରପୋର୍ଟରେ ଫସିରହିଥିଲେ। ଅନେକ ଯାତ୍ରୀ ଅସମ୍ଭାଳ ଭିଡ଼ରୁ ଦୁର୍ଦ୍ଦଶା ଭୋଗିଥିଲେ। ଏଭଳି ପ୍ରଭାବିତ ଯାତ୍ରୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଟ୍ରାଭେଲ ଭାଉଚର ଦେବ ଇଣ୍ଡିଗୋ। ଏହି ଟ୍ରାଭେଲ ଭାଉଚର୍ ଆସନ୍ତା ୧୨ ମାସ ଯାଏଁ ବୈଧ ରହିବ। ବର୍ଷକ ଭିତରେ ଇଣ୍ଡିଗୋ ସହ କୌଣସି ଯାତ୍ରା କଲେ ଏହି ଭାଉଚରକୁ ବ୍ୟବହାର କରିହେବ। ଇଣ୍ଡିଗୋ ସ୍ପଷ୍ଟ କରିଛି ଯେ, ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି କ୍ଷତିପୂରଣ ସେହି ଉପଭୋକ୍ତାଙ୍କୁ ୫ହଜାରରୁ ନେଇ ୧୦ହଜାର ଯାଏଁ ଦିଆଯିବ। ଯାହାଙ୍କ ଉଡ଼ାଣ ବିନା ସୂଚନାରେ ପ୍ରସ୍ଥାନର ୨୪ ଘଣ୍ଟା ଭିତରେ ରଦ୍ଦ କରାଯାଇଥିଲା।  ତେବେ ଏହି ଟ୍ରାଭେଲ ଭାଉଚର ପାଇଁ ଇଣ୍ଡିଗୋ ଉପରେ ବଡ଼ ଆର୍ଥିକ ବୋଝ ପଡ଼ିବ। ଦୈନିକ ୩ଲକ୍ଷ ୨୦ହଜାର ଯାତ୍ରୀ ଇଣ୍ଡିଗୋରେ ଯାଆନ୍ତି। ଏହି ଏୟାରଲାଇନ୍ସ ଦୈନିକ ୨୩ଶହ ଫ୍ଲାଇଟ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅପରେଟ କରେ। ଏହି ୩ ଦିନର ଆକଳନ କହୁଛି ଯେ, ଶତାଧିକ ଫ୍ଲାଇଟ୍ ରଦ୍ଦ ହୋଇଥିଲା। ହଜାର ହଜାର ଯାତ୍ରୀଙ୍କ ଉଡ଼ାଣ ରଦ୍ଦ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *