ଓଡ଼ିଶା

ବିବାଦ ଘେରରେ ସରକାରୀ ଆଶ୍ରମ ବିଦ୍ୟାଳୟ

ନୟାଗଡ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସରକାରୀ ଆଶ୍ରମ ବିଦ୍ୟାଳୟ ପ୍ରସ୍ତୁତ କରିଛନ୍ତି l ହେଲେ ନୟଗାଡ ଜିଲ୍ଲାର ଡ଼ିମିରିପଲ୍ଲୀ ଆଶ୍ରମ ବିଦ୍ୟାଳୟ ଅବବ୍ୟବସ୍ଥା ମଧ୍ୟରେ ଗତିକରୁଛି।  ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନାରେ ମାଳମାଳ ଅଭିଯୋଗ l ଛାତ୍ରାବାସରେ ଛାତ୍ରଙ୍କ ଆକ୍ରମଣରେ ସହପାଠୀର ଗୋଡ଼ ଭାଙ୍ଗିଯିବା ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ନୟାଗଡ ଜ଼ିଲ୍ଲାପାଳ l

ନୟାଗଡ ଜ଼ିଲ୍ଲା ନୂଆଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି ପାଇଁ ଆଶ୍ରମ ବିଦ୍ୟାଳୟ ନିର୍ମାଣ ହୋଇଛି l ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୯୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ଅଛନ୍ତି ୭ ଜଣ ଶିକ୍ଷକ। ସରକାରଙ୍କ ପକ୍ଷରୁ ଛାତ୍ରୀବାସର ସୁବିଧା ରହିଛି l ହେଲେ ଏଠାକୁ ଶିକ୍ଷକ ମଦ୍ୟପାନ କରି ଆସୁଥିବା ସହ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି l କିଛିମାସ ପୂର୍ବେ ଏଭଳି ୩ ଜଣ ଶିକ୍ଷକଙ୍କୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବହିଷ୍କାର କରାଯାଇଥିଲା l ସେହି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ମନୋରଞ୍ଜନ ବେହେରାକୁ ତାର ଜଣେ ସହପାଠୀ ଛାତ୍ରବାସରେ ଥିବାବେଳେ କୌଣସି କାରଣକୁ ନେଇ ଏକ ଲୁହାରଡ଼ରେ ଆକ୍ରମଣ କରିଥିଲା l ମନୋରଞ୍ଜନର ଗୋଡ଼ ଭାଙ୍ଗି ଯାଇଥିଲେ ମଧ୍ୟ ଶିକ୍ଷକ ଅଭିଭାବକଙ୍କୁ ସୂଚନା ଦେଇନଥିଲେ l ଅଭିଭାବକ ଖବର ପାଇ ଛାତ୍ରକୁ ଘରକୁ ନେଇଯାଇଛନ୍ତି l

ସେପଟେ ଛାତ୍ର ମାଡ଼ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡାକି  ସମାଧାନ ପାଇ ଚେଷ୍ଟା ଚଳାଇଛନ୍ତି l ସ୍କୁଲ ରେ କୌଣସି ଅସୁବିଧା ନଥିବା ପ୍ରଧାନଶିକ୍ଷକ କହିଛନ୍ତି l ସେପଟେ ବିଦ୍ୟାଳୟ ନାମରେ ଏକାଧିକ ଅଭିଯୋଗ ପରେ ସମସ୍ତ ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ନୟାଗଡ ଜ଼ିଲ୍ଲାପାଳ l ତଦନ୍ତ ପରେ ଦୃଢ କାର୍ଯାନୁଷ୍ଠାନ ନେବାକୁ କହିଛନ୍ତି ଜିଲ୍ଲାପାଳ।

ଶିକ୍ଷକ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶିକା l ଶିକ୍ଷକ ଯଦି ସ୍କୁଲ ରେ ଉପଯୁକ୍ତ କାର୍ଯ୍ୟ କରିବେ ନାହିଁ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ କହିଛନ୍ତି ଅଭିଭାବକ l

ଦେବବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button