ଇଣ୍ଡିଆ ଟିମଙ୍କୁ ଆଣିବାକୁ ଯାଇପାରେ ସ୍ୱତନ୍ତ୍ର ବିମାନ

Spread the love

ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଘୁର୍ଣ୍ଣିଝଡ ‘ବେରିଲ’ରେ ଫସିରହିଛନ୍ତି ଭାରତୀୟ ଖେଳାଳି। । ଇଣ୍ଡିଆ ଟିମଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ପଠାଇପାରେ ସ୍ୱତନ୍ତ୍ର ବିମାନ । ପାଗ ଠିକ୍ ରହିଲେ ସ୍ୱତନ୍ତ୍ର ବିମାନ ସିଧାସଳଖ ଦିଲ୍ଲୀ ପାଇଁ ଉଡାଣ ଭରିପାରେ । ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବାର୍ବାଡୋସରୁ ବାହାରକୁ ବାହାରିବା ପାଇଁ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି । ଘୁର୍ଣ୍ଣିଝଡ ପାଇଁ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଚଳାଚଳ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *